ହେଡଲାଇନସ୍:

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ଏକ ଦିବସୀୟ କର୍ମଶାଳା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଝାରସୁଗୁଡ଼ା: ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଯୁକ୍ତଦୁଇ ଉଭୟ ବାଳକ ଓ ବାଳିକା ଜାତୀୟ ସେବା ସଂସ୍ଥାର ଆନୁଷ୍ଠାନିକ ଉଦଘାଟନ ସହିତ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ଏକ ଦିବସୀୟ କର୍ମଶାଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟାପିକା ସ୍ୱାଗତିକା ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁକ୍ତଦୁଇ ଜାତୀୟ ସେବା ସଂସ୍ଥାର ସଂଯୋଜକ ଅଧ୍ୟାପକ ହିମାଂଶୁ ଶେଖର ମହାକୁର ସ୍ଵାଗତ ସମ୍ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ସଂଯୋଜକ ଡ. ଲାଲଧାରୀ ସିଂ ଜାତୀୟ ସେବା ସଂସ୍ଥାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ପ୍ରାଧ୍ୟାପକ ତପନ କୁମାର ବାରିକ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଉପରେ ଛାତ୍ର ଛାତ୍ରୀମାନଂକୁ ଉତବୋଧନ ଦେଇଥିବା ବେଳେ ଅଧ୍ୟାପିକା ଡ. ବିଶାଖା ସୀଙ୍ଗଣିଆଁ ଯୁବ ସମାଜର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। କର୍ମଶାଳା ପ୍ରାରମ୍ଭରେ ଆଜି ଦିନରେ ଫୁଲବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୈନିକମାନଙ୍କ ସମ୍ମାନ ପ୍ରତି ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।। ଏହି ଅବସରରେ ପ୍ରାଧ୍ୟାପିକା ଗୀତାରାଣୀ ଦୀକ୍ଷିତ, ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ, ଅଧ୍ୟାପକ ଡ. ମନୀଷ କୁମାର ଦ୍ୱିବେଦୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଜାତୀୟ ସେବା ସଂସ୍ଥାର ମହତ୍ତ୍ଵ ଉପରେ ଆଲୋଚନା କରିଥଲେ। ଶେଷରେ ଅଧ୍ୟାପିକା ପରିସୀମା ଭୋଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault