ଟିଟିଲାଗଡ, ( ଗୌରବ ଦର୍ଜୀ)-କେନ୍ଦ୍ର ବିଜେପି ନେତୃତ୍ଵ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ଭାବରେ ବୃଦ୍ଧି କରିବା ଦ୍ୱାରା ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଟ.୧୦୦ ପାର ହୋଇଛି । ରନ୍ଧନ ଗ୍ୟାସ, ଖାଇବା ତେଲ , ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ।ସରକାର ମହାମାରୀ କୋଭିଡ 19 ର ଟୀକା କରଣ ର ଆଳ ନେଇ ଦରଦାମ ବୃଦ୍ଧି କରୁଥିବାରୁ ଗରିବ ତଥା ମଧ୍ୟବିତ୍ତ ପରିବାର ଉପରେ ଏହାର ସିଧା ପ୍ରଭାବ ପଡିବା ସହ ଲୋକେ ଦର ଦାମ ବୃଦ୍ଧି ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରି ଆଜି ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେଇଛି। ଏହା ସହ ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏବଂ ସ୍ଥାନୀୟ ଯୁବ କଂଗ୍ରେସ ଟିଟିଲାଗଡ ବ୍ଲକ ଅଞ୍ଚଳ ରେ ଅନେକ ସ୍ଥାନ ରେ ସରକାରୀ କର୍ମଚାରୀମାନେ ଦୁର୍ନୀତି ରେ ଲିପ୍ତ ରହୁଥିବାରୁ ଅଂଚଳରେ ବିକାଶ କାମ ହୋଇ ପାରୁନଥିବା କହିଛନ୍ତି। ବିକାଶ ନାମରେ ବ୍ୟାପକ ଘୋଟାଲା କରୁଥିବା ଦେଖିବାକୁ ମିଲୁଥିବା କଂଗ୍ରେସ ଅଭିଯୋଗ କରିଛି। ଲୋକମାନଙ୍କ ଏପରି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଟିଟିଲାଗଡ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ ଙ୍କର ନେତୃତ୍ୱରେ ରାଜ୍ୟ ଯୁବ କଂଗ୍ରେସ ତରଫ ରୁ ଟିଟିଲାଗଡ ବ୍ଲକ ର ମୁଖ୍ୟ ଗେଟ ସମ୍ମୁଖରେ ପ୍ରତୀକ ଧାରଣା ଦେବା ସହ ଏକ ସଭା ହୋଇଥିଲା। ଏହି ସଭା ରେ ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ବିରେନ୍ଦ୍ର ବାଗ, ତୁଳସୀ ସାହୁ, ଦେବାନନ୍ଦ ସାହୁ, ଅଭୟ ସାହୁ, ଝାସକେତନ୍ ଛତର,ଅଭୟ ବାଗ, ଜୟ ସିଂ ତାଣ୍ଡି, ରମେଶ ମହାନନ୍ଦ, ଡମ୍ବରୁ ଧର ଛତ୍ରିଆ, ରାଜୁ ମିଶ୍ର, ବିଚିତ୍ର ବାଗ, ସୁମନ ବେହେରା, ପ୍ରଭାସ ବହିଦାର, ଜ୍ଞାନ ରଞ୍ଜନ ସରାଫ, ସଞ୍ଜୟ ତାଣ୍ଡି, ସୁରଜ୍ ବେହେରା, କୃଷ୍ଣ ମାଝୀ, ମାଧବ ତାଣ୍ଡି, ଲିଙ୍ଗ ସୁନା, ଗଙ୍ଗାଧର ମହାନନ୍ଦ, ମଗନ୍ ନାଗ, ଲାଲୁ କୁମ୍ଭାର, ମହାବୀର ସୁନା, ଅଶୋକ ସାଗର, ନେତ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ବକ୍ତାମାନେ ଆଜି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କୁ ବେଶ ଟାର୍ଗେଟ କରିଥିଲେ..ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ବରୋଧୀ ଦଳ କଂଗ୍ରେସ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ର ଦର ଦାମ ବୃଦ୍ଧି ପ୍ରତିବାଦ ରେ ରାଜ ରାସ୍ତାକୁ ଓଲ୍ଲାଇଛି। ଟିଟିଲାଗଡ଼ ବ୍ଲକ ର ମୁଖ୍ୟ ଗେଟ ସମ୍ମୁଖରେ ଟିଟିଲାଗଡ଼ ବ୍ଲକ କଂଗ୍ରେସ ତରଫରୁ ଦିଆଯାଇଥିବା ଧାରଣା ରେ ପେଟ୍ରୋଲ ତେଲ ଦର ବୃଦ୍ଧି, ଡିଜେଲ ତେଲ, ଖାଇବା ତେଲ, ଗ୍ୟାସ ସିଲିଣ୍ଡର ର ଦର ବୃଦ୍ଧି କୁ ନେଇ ରାଜ ରାସ୍ତା କୁ ଓଲ୍ଲାଇଛି ଟିଟିଲାଗଡ଼ କଂଗ୍ରେସ ଦଳ। ବିରୋଧୀ କଂଗ୍ରେସ ବର୍ଦ୍ଧିତ ତେଲ ଦର କୁ ପ୍ରତ୍ୟାହାର କରିବା ସହ ଧାନର ଏମ ଏସ ପି.୨୯୩୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ଦାବି କରିଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ନିରୀହ ଜନସାଧାରଣ ଉପରେ ବୋଝ ଉପରେ ନଳୀତା ବିଡା ଭଳି ବୋଝ ଲଦି ଦେଉଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ। ଯାହାକୁ ନେଇ ଆଗାମୀ ଦିନରେ ବିଜେଡି ଏବଂ ବିଜେପି ର ଏକ ଚାଟିଆ ନୀତି, ହିଟଲର ଶାସନ ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ କରାଯିବ ବୋଳି କଡା ଚେତାବନୀ ଦେଇଛନ୍ତି।