ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିରୂପା ସିଂ ଙ୍କର ନାମରେ ଗତ 22 ତାରିଖ ଦିନ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ନିକଟରେ ପଞ୍ଚାୟତ ର ଆଠ ଜଣ ୱାର୍ଡ ସଭ୍ୟ ବିଭିନ୍ନ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ପାଇଁ ନିବେଦନ କରିଥିଲେ । ଉପଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଆଜି ଅନାସ୍ଥା ପାଇଁ ଭୋଟ ଗ୍ରହଣ ମଧ୍ୟ ହୋଇଥିଲା । ସମସ୍ତ ୱାର୍ଡ ସଭ୍ୟ ମତଦାନ ମଧ୍ୟ କରିଥିଲେ । ହେଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ଆଦେଶ କ୍ରମେ ଆଜି ଭୋଟ ଗଣତି ହୋଇ ପାରିନଥିଲା । ଭୋଟ ବାକ୍ସକୁ ସିଲ କରି ଟ୍ରେଜେରୀ ରେ ସୁରକ୍ଷିତ ରଖା ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପଞ୍ଚାୟତିରାଜ ବିଭାଗର ନିର୍ଦେଶକ ଙ୍କର ନିର୍ଦ୍ଦେଶ କ୍ରମେ ଗତ ବର୍ଷ ସେପ୍ଟେମ୍ବର ମାସରେ ନିରୂପା ସିଂ ଙ୍କୁ ସରପଞ୍ଚ ପଦବୀରୁ ସସପେଣ୍ଡ କରାଯାଇଥିଲା । ପରବର୍ତ୍ତୀ ସମୟରେ ସରପଞ୍ଚ ରାଜ୍ୟ ସରକାର ଙ୍କର ଏହି ଆଦେଶ ବିରୋଧ ରେ ଅଦାଲତ ରୁ ରହିତାଦେଶ ଆଣିଥିଲା । ଆଜି ଏହି ଭୋଟ ଗ୍ରହଣ ସମୟରେ ପଦ୍ମପୁର ବିଡ଼ିଓ ଶ୍ରୀ ଶଙ୍କର୍ଷଣ ବେହେରା , ପଦ୍ମପୁର ଜିପିଓ , ଓ ମାଜିଷ୍ଟ୍ରେଟ ଭାବରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଉପସ୍ଥିତ ଥିଲେ ।
ରାଜ୍ୟ
ସରପଞ୍ଚଙ୍କ ବିରୋଧରେ ହେଲା ଅନାସ୍ଥା ଭୋଟ : ଉଚ୍ଚ ନ୍ୟାୟାଳୟଙ୍କର ଆଦେଶ କ୍ରମେ ଗଣତି ସ୍ଥଗିତ
- Hits: 1762