ହେଡଲାଇନସ୍:

ସିଟି କ୍ଲବ ତରଫରୁ ବନମହୋତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ( ଚକ୍ରଧର ମାଝି ) : ସିଟିକ୍ଲବ ନୟାପଲ୍ଲୀ ଭୁବନେଶ୍ୱର ତରଫରୁ ସ୍ଥାନୀୟ ଦେବରାୟ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଦ୍ମବିଭୂଷଣ ଏବଂ ପୂର୍ବତନ ସାଂସଦ ସ୍ୱର୍ଗତ ରଘୁନାଥ ମହାପାତ୍ର ଏବଂ ବିଶିଷ୍ଟ କ୍ରୀଡ଼ା ସଂଗଠକ ଓ ମହିଳା ଫୁଟବଲ କୋଚ୍ ସ୍ୱର୍ଗତ ନନ୍ଦ କିଶୋର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, କ୍ଲବର ସଭାପତି ଡଃ ସୌର୍ଯ୍ୟରଞ୍ଜନ ପରିଜା, ସୁଲତା ଦେଓ, ସହଦେବ ରାଉତ, ପ୍ରସନ୍ନ ରାଉତ, ଇଂ. ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ସ୍ଥାନୀୟ ପୂର୍ବତନ କର୍ପୋରେଟର ରମାନାଥ ସାମନ୍ତରାୟ, ନବ ବେହେରା, ନିଖିଳ ବଳବନ୍ତରାୟ, ଦେବରାୟ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ଘଡ଼େଇ, ଅଜିତ ସାମନ୍ତରାୟ, ସାଗର ବଳବନ୍ତରାୟ, ମିଲନ ପାଇକରାୟ, ଅର୍ଜୁନ ବେହେରା, ବିଶିଷ୍ଟ କଣ୍ଠଶିଳ୍ପୀ ସୌରଭ ନାୟକ ଏବଂ ଜୟଶ୍ରୀ ଧଳ, ତ୍ରିନାଥ ମଙ୍ଗରାଜ, ପବିତ୍ର ରାଉତରାୟ, ଜଲିଲ୍ ଖାନ, ଋଷି ପଟ୍ଟନାୟକ, ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଯୋଗେନ୍ଦ୍ର ଜେନା, ସୁରଜ ପଣ୍ଡା, ଆଶିଷ କୁମାର ସାହୁ, ସଞ୍ଜୀବ ଆଚାର୍ଯ୍ୟ, କ୍ଷୀରୋଦ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

 

0
0
0
s2sdefault