ହେଡଲାଇନସ୍:

ବର୍ଷା ଋତୁ ରେ ମଧ୍ୟ ଦେଖା ଦେଉଛି ପଦ୍ମପୁରରେ ପାନୀୟ ଜଳ ସମସ୍ୟା, ଗ୍ରୀଷ୍ମ କଥା ପଚାରେ କିଏ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବର୍ଷା ଋତୁ ରେ ମଧ୍ୟ ଦେଖା ଦେଉଛି ପଦ୍ମପୁରରେ ପାନୀୟ ଜଳ ସମସ୍ୟା, ଗ୍ରୀଷ୍ମ କଥା ପଚାରେ କିଏ ? 

ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବର୍ଷା ଦିନରେ ମଧ୍ୟ ଦେଖାଦେଉଛି ପାନିୟ ଜଳ ସମସ୍ୟା । ଏ ନେଇ ପଦ୍ମପୁର ରଜାପଡ଼ା ଠାରେ ପାନିୟ ଜଳ ସମସ୍ୟା ର ଶିଘ୍ର ସମାଧାନ ଦାବି ନେଇ ଜନସାଧାରଣ ପଦ୍ମପୁର ପାଟଣାଗଡ଼ ରାଜ ରାସ୍ତା ରୋକ କରିଥିଲେ । ଏଣିକି ଚର୍ଚ୍ଚାର ବିଷୟ ଏହା କି ଯେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ସିଦ୍ଧାର୍ଥ ରଞ୍ଜନ ସିଂ ବରିହା ନିଜେ ଉକ୍ତ ୱାର୍ଡ ର  କାଉନସିଲର ତଥା ନିବାସି ହୋଇ ଥିଲେ ମଧ୍ୟ ଲୋକଙ୍କୁ ସମସ୍ୟା ର ସମାଧାନ ପାଇଁ ରାଜ ରାସ୍ତାକୁ ଓହ୍ଲେଇବାକୁ ପଡ଼ିଛି । ଅନ୍ୟ ପଟେ ପଦ୍ମପୁର ସ୍ଥିତ ଜନସ୍ୱାସ୍ଥ୍ୟ ଅନୁଖଣ୍ଡ କାର୍ଯ୍ୟାଳରେ ପାଣି ସପଲାୟ କରୁଥିବା ଟେଙ୍କର ତଥା ଜଳ ଉପଚାର କେନ୍ଦ୍ର ଅତ୍ୟନ୍ତ ସୋଚନିୟ ଅବସ୍ଥାରେ ପଡ଼ି ରହିଛି । ନିଯୁକ୍ତି ପ୍ରାପ୍ତ କନିଷ୍ଠ  ଯନ୍ତ୍ରୀଙ୍କର ମଧ୍ୟ ଦେଖା ନାହିଁ । ଏହା ଛଡ଼ା ପଦ୍ମପୁର ସହର ରେ ଥିବା ବିଭିନ୍ନ ଜଳାଶୟ ମଧ୍ୟ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାରେ ଦେଖି ବାକୁ ମିଳୁଛନ୍ତି । ଏ ନେଇ ପଦ୍ମପୁର ଜନସାଧାରଣ ବାରମ୍ବାର ପ୍ରତିବାଦ ତଥା ସମସ୍ୟାର ସମାଧାନ ପାଇଁ ଦାବି କରୁଥିଲେ ହେଁ ପ୍ରଶାସନ ଆଖି କାନ ବନ୍ଦ ରଖି ଗୁମର ମାରି ବସିଛନ୍ତି । ପଦ୍ମପୁରେ ଚିର ସ୍ଥାୟି ହୋଇ ରହିଥିବା ଏହି ପାନିୟ ଜଳ ଅସୁବିଧାର କେବେ ଅନ୍ତ ହେବ ଏହା ହିଁ ପଦ୍ମପୁର ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚି ହୋଇ ଉଙ୍କି ମାରି ବୁଲୁଛି ।

 

0
0
0
s2sdefault