ହେଡଲାଇନସ୍:

ଟେଲି ସାନ୍ଦ୍ରତା ବୃଦ୍ଧି ଓ ଡାଟା ସେଣ୍ଟର ଟେଣ୍ଡର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

 ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ 

   ଭୁବନେଶ୍ୱର(ଶାସକ ପ୍ରଶାସକ)-  ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି,  କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ଭରଚୁଆଲ ମାଧମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି I 

     ପୂର୍ବାହ୍ନରେ ଅନୁଷ୍ଠିତ କ୍ରୀଡା ଓ ଯୁବସେବା ବିଭାଗ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଅଧକ୍ଷତା କରିବା ସହିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ  ସମେତ ବ୍ରହ୍ମପୁର, ପୁରୀ, ଜୟପୁର, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ସ୍ଥାନରେ ଥିବା  ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀ ଓ ଇଡ଼କୋ, ପି.ଡବ୍ଲୁ.ଡି ଏବଂ ୱାକସ ଭଳି ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ I କୋଭିଡ ପ୍ରତିକୂଳ ପରିସ୍ଥିତି ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିବା ବେଳେ ବିକଳ୍ପ ପନ୍ଥା ବାହାର କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲେ I ରାଜ୍ୟ ସରକାର ଦେଶରେ ସବୁଠୁ ଭଲ କ୍ରୀଡା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ କୌଣସି ପରିସ୍ଥିତିରେ କାର୍ଯ୍ୟର ଗୁଣବତ୍ତା ସହିତ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ I ଏଥି ସହିତ ରାଉରକେଲାରେ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମର ନିର୍ମାଣ, ପୌରାଞ୍ଚଳ କ୍ରୀଡା ଭିତ୍ତିଭୂମିର ବିକାଶ, କୋଚ ଓ କ୍ରୀଡା ଶିକ୍ଷକଙ୍କ ତାଲିମ, କ୍ରୀଡା ଛାତ୍ରାବାସ ଓ ହାଇ ପରଫରମାନ୍ସ ସେଣ୍ଟରର ସୁପରିଚାଳନା ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସ୍ୱତନ୍ତ୍ର ଶାସନ ସଚିବ ଆର. ଭିନିଲ କ୍ରିଷ୍ଣା, ଉପ ଶାସନ ସଚିବ ରଞ୍ଜିତ ପରିଡାଙ୍କ ସହ ଆଲୋଚନା କରିଥିଲେ I 

       ସେହିପରି ମନ୍ତ୍ରୀ ଶ୍ରୀ ବେହେରା ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକରେ କୋଭିଡ ସମୟରେ ସୂଚନା ପ୍ରଯୁକ୍ତିର ବ୍ୟାପକ ଉପଯୋଗ ଉପରେ ବିଭାଗର ଶାସନ ସଚିବ ଶ୍ରୀ ମନୋଜ ମିଶ୍ର,  ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ I ବୈଠକରେ ଡାଟା ସେଣ୍ଟର ବିକାଶ ପାଇଁ ଟେଣ୍ଡର କାର୍ଯ୍ୟକୁ ଶୀଘ୍ର ଶେଷ ସହ ଏସ.ଏଚ.ଜି. ମହିଳାଙ୍କୁ ଡିଜିଟାଲ ଶିକ୍ଷା ତାଲିମ ଓ ସମଗ୍ର ରାଜ୍ୟରେ ଟେଲି ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀ କରଣ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ I ଏଥି ସହିତ ଷ୍ଟେଟ ଡାସ ବୋର୍ଡ, କୋଭିଡ ପରୀକ୍ଷା ସମ୍ପର୍କିତ ତଥ୍ୟ ଏବଂ ମୋ ସରକାର କଲ ସେଣ୍ଟର ଆଦି ସମ୍ପର୍କରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ  I 

0
0
0
s2sdefault