କଣ୍ଟେନର ଗାଡି ଓଲଟି ୩୦ ଗୋରୁ ସହିତ ଜଣେ ମୃତ
ବରଗଡ :- ଗତକାଲି ବିଳମ୍ବିତ ରାତି ରେ ଗୋରୁ ଚୋରା ଚାଲାଣ କରୁଥିବା ଏକ କଣ୍ଟେନର ଗାଡି ବରପାଲି ଥାନା ଅନ୍ତର୍ଗତ ଟିଙ୍ଗିପାଳି ମହଦା ନିକଟରେ ଦୁର୍ଘଟଣା ହୋଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ର ଖବର ପାଇବା ମାତ୍ରେ ବରପାଲି ଥାନା ଅଧିକାରୀ ଙ୍କର ନେତୃତ୍ୱରେ ପୋଲିସ ଟିମ , ଅଗ୍ନିଶମ ବିଭାଗର କର୍ମଚାରୀ , ପାଇଁ ଓଡିଶା ମୋ ପରିବାର ସଦସ୍ୟ ଗୌର ହରି ମିଶ୍ର,ବିଜୁ ଯୁବ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଘଟଣାସ୍ଥଳକୁ ପହଁଚିଲେ ରାତି ସାରା ବରପାଲି ପୋଲିସ ଥାନା ଅଧିକାରୀ ଙ୍କ ତତ୍ୱାବଧାନ ରେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ରାତି ତମାମ ପୋଲିସ ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀ ଙ୍କ ଦ୍ୱାରା ଉଦ୍ଧାର କାର୍ୟ୍ଯ କରାଯାଇଥିଲା କିନ୍ତୁ ଦୁଃଖର ବିଷୟ ଉକ୍ତ ମର୍ମନ୍ତୁଦ ଦୁର୍ଘଟଣାରେ ରେ 30 ଟି ଗାଈ ଗୋରୁ ସମେତ ଜଣେ ଲୋକ ର ମୃତ୍ୟୁ ହୋଇଥିଲା ଉକ୍ତ କଣ୍ଟେନର ଗାଡି ରେ ଗାଈ ଗୋରୁ ଙ୍କୁ ଅମାନୁଷିକ ଭାବରେ ବନ୍ଧା ହୋଇଥିଲା । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ କରୁଥିବା ଗ୍ରାମବାସୀ ତଥା ଅଧିକାରୀ ମାନଙ୍କୁ ମଧ୍ୟ ଏହିଭଳି ହୃଦୟ ବିଦରକ ଦୃଶ୍ୟ ଅତ୍ୟନ୍ତ ମର୍ମାହତ କରିଥିଲା । ଆଜି ବରପାଲି ପୋଲିସ ର ଉପସ୍ଥିତ ରେ ପ୍ରାଣୀ ଚିକିତ୍ସକ ଙ୍କର ଦ୍ୱାରା ମୃତ ଗୋରୁ ମାନଙ୍କର ଶବ ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଥିଲା । ସେହିଭଳି ମୃତ ବ୍ୟକ୍ତିଙ୍କ ଙ୍କର ଶବ ପୋଲିସ ଦ୍ୱାରା ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠେଇ ଦିଆଯାଇଥିଲା । ଉକ୍ତ ଗୋରୁ ଚୋରା ଚାଲାଣ ର ମୁଖ୍ୟ ଅଭିଯୁକ୍ତ ଖୁବ ଶୀଘ୍ର ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ କରିବା ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।