ରାଜ୍ୟର ପ୍ରାୟ ୪୧ ଲକ୍ଷ ହିତାଧିକାରୀଙ୍କ ସମେତ ୨୧୧୮ ଜଣ ପ୍ରବାସୀ ମହିଳା ଓ ଶିଶୁ ଉପକୃତ
ଭୁବନେଶ୍ୱର: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛିା ଏହା ସତ୍ତ୍ୱେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ପ୍ରାକ୍ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିସାଧନ ଯେଭଳି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ହିତାଧିକାରୀମାନଙ୍କ ଘରେ ଟେକ୍ ହୋମ୍ ରାସନ ପହଞ୍ଚାଇ ଦିଆଯାଉଛିା ଚଳିତ ଜୁନ୍ ମାସ ପାଇଁ ରାଜ୍ୟର ସମସ୍ତ ପ୍ରକଳ୍ପରେ ଶୁଖିଲା ରାସନ ବଣ୍ଟନ କରାଯାଇଛିା ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍ ପ୍ରୋଟୋକଲ ପାଳନପୂର୍ବକ ହିତାଧିକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରିଛନ୍ତିା
ଅଙ୍ଗନବାଡ଼ିକୁ ଆସୁଥିବା ପ୍ରାକ୍ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ିରେ ଦିଆଯାଉଥିବା ରନ୍ଧାଖାଦ୍ୟ ପରିବର୍ତ୍ତେ ଶୁଖିଲା ରାସନ ମଧ୍ୟ ଘରେ ଯୋଗାଇ ଦିଆଯାଇଛିା ଗୁରୁତର ପୁଷ୍ଟିହୀନ ଶିଶୁ (ସାମ୍) ଏବଂ ଅତିଶୟ ପୁଷ୍ଟିହୀନ ଶିଶୁ (ମାମ୍)ମାନଙ୍କ ପୁଷ୍ଟିସାଧନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛିା ଏହି ଶୁଖିଲା ରାସନରେ ପୁଷ୍ଟିସାଧନର ସନ୍ତୁଳନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛତୁଆ, ପନିପରିବା, ଅଣ୍ଡା, ବାଦାମ ଲଡ଼ୁ ଓ ଚିକି ଆଦି ସମନ୍ୱିତ ପରିମାଣରେ ଦିଆଯାଉଛିା ହିତାଧିକାରୀମାନେ ଯେଭଳି ସେସବୁ ଜିନିଷ ନିଜ ଖାଦ୍ୟ ପାଇଁ ବ୍ୟବହାର କରିପାରିବେ ସେ ସଂପର୍କରେ ଅଙ୍ଗନବାଡ଼ି କର୍ମୀମାନେ ପରାମର୍ଶ ଦେଉଛନ୍ତିା
ଏହି ଯୋଜନାରେ ରାଜ୍ୟର ୬,୮୯,୬୩୯ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୧୭,୧୬,୫୦୭ ଶିଶୁ ଏବଂ ୩ ବର୍ଷରୁ ୬ ବର୍ଷ ବୟସର ୧୬,୭୭,୨୨୬ ଜଣ ଶିଶୁଙ୍କ ସମେତ ୪୦,୮୩,୩୭୨ ଜଣ ହିତାଧିକାରୀ ଉପକୃତ ହେଉଛନ୍ତିା ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଅଙ୍ଗନବାଡ଼ିରେ ପଂଜୀକରଣ ମାଧ୍ୟମରେ ଶୁଖିଲା ରାସନ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଯାହାଫଳରେ ୮୪୪ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୫୧୯ ଏବଂ ୩ରୁ ୬ ବର୍ଷ ବୟସର ୭୫୫ ଶିଶୁଙ୍କ ସମେତ ୨୧୧୮ ପ୍ରବାସୀ ମହିଳା ଓ ଶିଶୁଙ୍କୁ ଏ ପର୍ଯ୍ୟନ୍ତ ଟେକ୍ ହୋମ୍ ରାସନ୍ ବଣ୍ଟନ କରାଯାଇଛିା
ପ୍ରକାଶ ଥାଉ କି, ପ୍ରତି ମାସର ୧ ତାରିଖରେ ହିତାଧିକାରୀମାନଙ୍କୁ ଶୁଖିଲା ରାସନ ବଣ୍ଟନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛିା ଏହି ବ୍ୟବସ୍ଥା ଅନୁଯାୟୀ ମହାମାରୀର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରୁଛନ୍ତି, ଯାହାଦ୍ୱାରା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛିା