ବ୍ୟାସନଗର -. ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକା ମିନାକ୍ଷୀ ଦେବୀଙ୍କ ପରଲୋକରେ, ଯାଜପୁର ଜିଲ୍ଲା ଲେଖିକା ସଂସଦ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି . ସଂସଦର ସଭାପତି ହିରଣ୍ୟମୟୀ ମହାନ୍ତି , ସଂପାଦିକା ବ୍ରଜେଶ୍ବରୀ ସିଂହ , ଉପଦେଷ୍ଟା ଧିପ୍ରଭା ଦେବୀ , ଉପସଭାପତି ପ୍ରମିଳା ପ୍ରତାପ , ଅଞ୍ଜୁବାଳା ଜେନା , ସଦ୍ୟସ ରୀନା ମହାପାତ୍ର, ଶକୁନ୍ତଳା ଦାଶ, ମିରିନା ମହାନ୍ତି , ଅଶାନ୍ତି ସାମଲ, ପ୍ରୋମଦିନୀ ଦାସ, ଜୟନ୍ତୀ ଜେନା , ପଦ୍ମଜା ଶରଣ , ଅମ୍ରିତା ସିଂ , ମାଙ୍ଗଳିକା ଦାସ, ନୀଳିମା ମହାନ୍ତି , ଗୋମତୀ ପଣ୍ଡା ଇତ୍ୟାଦି ଶୋକବାର୍ତ୍ତା ରେ ଉଲ୍ଲେଖ କରିଛନ୍ତି, ଶିଶୁ ସାହିତ୍ୟିକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା . ସେ ଅତ୍ୟନ୍ତ ମିଷ୍ଟଭାଷୀ ଓ ପରୋପକାରୀ ଥିଲେ . ଓଡିଶା ସାହିତ୍ୟ ଏକାଡେମୀ , ସଂଗୀତ ନାଟକ ଏକାଡେମୀ ଓ ବହୁ ଅନୁଷ୍ଠାନ ରୁ ସମ୍ମାନୀତ ହୋଇଥିଲେ.. ଏହି ମହାନ ପ୍ରତିଭାଙ୍କର ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତବ୍ୟକ୍ତ କରିଛନ୍ତି
ରାଜ୍ୟ
ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦିକାଙ୍କ ପରଲୋକରେ ଶୋକ
- Hits: 395