ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ "ବିଶ୍ୱ ତମାଖୁ ବର୍ଜନ ଦିବସ" କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।
ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ତ୍ଵାଧାନରେ ଦୁର୍ଗମ ଅଞ୍ଚଳ ସମ୍ବଲପୁର, ଏନ୍ ଝାଲାର ସିଂ, ବେତାର ସିଂ , ତୁମନ, ଅନୁଗୁରୁ, ତାବରଦା, ନୂଆଗଡ ଏବଂ କେରାଡାଙ୍ଗର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓ ଗ୍ରାମ ମାନଙ୍କରେ "ବିଶ୍ୱ ତମାଖୁ ବର୍ଜନ ଦିବସ" ପାଳିତ ହୋଇଯାଇଛି।
ଏଥିରେ ସରପଞ୍ଚ ସମ୍ବଲପୁର ପଞ୍ଚାୟତର ଶ୍ରୀ ଜଗନ୍ନାଥ ଗମାଙ୍ଗ , ସୁପରଭାଇଜର ଶିବଶଙ୍କର ଭୂୟାଁ , ସ୍ୱାସ୍ଥ୍ୟ କର୍ମୀ ଚୈତନ୍ୟ ଦଳାଇ , ରେବତୀ ଦଳାଇ , ନମିତା ମଣ୍ଡଳ , ତୁଷାର ନାୟକ , ବି.ଅରୁଣା , ଭି.ପଦ୍ମାବତୀ , ଆଶାକର୍ମୀ ଦ୍ରୌପଦୀ ମାଝୀ , ଶାନ୍ତିମଣୀ , ଅଙ୍ଗନବାଡି କର୍ମୀ ସୁଷମା ଦେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।