ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ଶରତ ମଙ୍ଗରାଜ ଓ ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ  : ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା ଙ୍କ ନେତୃତ୍ୱରେ ରାୟଗଡ ଜିଲ୍ଲାର ସର୍ବ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ମଙ୍ଗରାଜ ଓ ସାମ୍ବାଦିକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମଙ୍ଗରାଜ ରାୟଗଡ ଜିଲ୍ଲାରେ ଜଣେ ନିର୍ଭୀକ, ସୁନାମଧନ୍ୟ ଓ ସ୍ପଷ୍ଟବାଦି ସାମ୍ବାଦିକ ହିସାବରେ ପରିଚିତ ଥିଲେ । ସେ ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରରେ ରହିଥିବା ତାଙ୍କ ପୁଅଙ୍କ ପାଖରେ ରହି ଚିକିତ୍ସା ହେଉଥିଲେ । ଗତକାଲି ମୃତ୍ୟୁ ହୋଇଥିବା ଖବର ପ୍ରଚାର ହେବା ପରେ ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ସେହି ଭଳି ସାମ୍ବାଦିକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀଙ୍କ ମଧ୍ୟ ନିକଟରେ ମୃତ୍ୟୁ ହୋଇଥିଲା । ସ୍ବର୍ଗତ ଦୁଇ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ରାୟଗଡ ସଦରର ସମସ୍ତ ସାମ୍ବାଦିକ ଏକାଠି ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସାମ୍ବାଦିକ ରଂଜନ ରଥ ଓ ସାମ୍ବାଦିକ ଯୋଗେଶ୍ବର ଦାଶ ସ୍ବର୍ଗତ ଦୁଇ ସାମ୍ବାଦିକଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ଜଳନ୍ଧର ପୁସିକା ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିଲେ ।

0
0
0
s2sdefault