ବୀରମହାରାଜପୁର - (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟଜଳ ଯୋଗାଣ ବନ୍ଦ୍ ରହିଛି । ଆଜିକୁ ୭ ମାସ ହେବ ଜଳ ପ୍ରକଳ୍ପଟି ଅଚଳ ହୋଇଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ସମୟରେ ଗ୍ରାମକୁ ବିଛାଯାଇଥିବା ପାଇପି ଗୁଡିକ ଉଠାଇ ଦେଇଥିଲେ । ଫଳରେ ଗ୍ରାମବାସୀ ମାନେ ପାଣି ପାଇ ନାହିଁନଥିବା ସମ୍ମୁଖୀନ ହୋଇଥିଲେ । ଏନେଇ ଗ୍ରାମ ଜଳ ପ୍ରକଳ୍ପ ଶିଘ୍ର ମରାମତି ସହ ଜଳଯୋଗାଣ ପାଇଁ ବହଳପଦର ସମିତି ସଭ୍ଯ ପିତାମ୍ବର ସାହୁ ବୀରମହାରାଜପୁର ବି. ଡି .ଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଶାସନ ପକ୍ଷରୁ ଗୋଷ୍ଠୀଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆ, ଜଳ ଯୋଗାଣ ଅଧିକାରୀ ଯନ୍ତ୍ରୀ ମଞ୍ଜୁଲତା ଗୌଡ, ଏସ. ଡି. ଓ ପ୍ରମୁଖ ଗ୍ରାମକୁ ଆସିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ସମିତି ସଭ୍ଯ ପିତାମ୍ବର ସାହୁ, ଗ୍ରାମ୍ଯ ପରିଚାଳନା କମିଟିର ସଭାପତି ବିମ୍ବାଧର ସାହୁ, ୱାର୍ଡ ସଭ୍ୟ ପ୍ରତିନିଧି ଜନ୍ମେଦୟ ସାହୁ, ନରେନ୍ଦ୍ର ମାଝୀ, ଗ୍ରାମ କମିଟିର ସଦସ୍ୟ ବିନୋଦ ସେଠୀ , ନଟିଆ ସାହୁ, ସୁରେଶ ବିଶି, ଓ ଅନ୍ଯାନ୍ଯ ଗ୍ରାମବାସୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀ ଙ୍କ ପକ୍ଷରୁ ନୂତନ ଭାବେ ପାଇପଲାଇନ ବିଛାଯିବା ସହ ଘରକୁ ଘର ପାଣି ସଂଯୋଗ କରିବାକୁ ଦାବି କରାଯାଇଥିଲା । ପ୍ରଶାସନ ପକ୍ଷରୁ ପର୍ଯ୍ୟୟ କ୍ରମେ ସମସ୍ତ କାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ।
ରାଜ୍ୟ
୭ ମାସ ହେଲା ଅମରପାଲି ଗ୍ରାମକୁ ଜଳ ଯୋଗାଣ ବନ୍ଦ୍ , ବି .ଡି .ଓ ଙ୍କୁ ଦାବିପତ୍ର ।
- Hits: 526