ହେଡଲାଇନସ୍:

ମାଲକାନଗିରି ଜିଲ୍ଲା ରେ ଘୁର୍ଣ୍ଣିଝଡ଼ ଓ କାଳ ବୈଶାଖୀ ର ତାଣ୍ଡବ, ବ୍ରଜପାତ ରେ ଜଣେ ମହିଳା ମୃତ ତାଙ୍କ ସ୍ୱାମୀ ଗୁରୁତର,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗୁରୁବାର ସନ୍ଧ୍ୟା ରେ ପ୍ରବଳ ବେଗରେ ଘୁର୍ଣ୍ଣିଝଡ଼ ସାଙ୍ଗ କୁ କାଳ ବୈଶାଖୀ ର ତାଣ୍ଡବ ରେ ବ୍ୟାପକ କ୍ଷୟକ୍ଷତି ଘଟିଛି, ବ୍ରଜପାତ ରେ ଜଣେ ମହିଳା ଙ୍କର ମୃତ୍ୟୁ ଘଟି ଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବାର ଜଣା ପଡିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥ ମହାରାଜ ପାଲ୍ଲୀ ଗାଁର ଭୀମା ମାଡକାମି (୩୬) ଓ ତାଙ୍କ ପତ୍ନୀ ଏଙ୍କି ମାଡକାମୀ (୩୫) ଗୁରୁବାର ସନ୍ଧ୍ୟା ରେ ନିକଟସ୍ଥ ଜଙ୍ଗଲ ରୁ ମହୁଲ ଗୋଟାଇ ଘରକୁ ଫେରୁଥିବା ବେଳେ ହଟାତ ପ୍ରବଳ ବେଗ ରେ ଘୁର୍ଣ୍ଣିଝଡ଼ ଓ ବର୍ଷା ହୋଇଥିଲା, ଜୀବନ ବିକଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ଏକ ମହୁଲ ଗଛ ମୂଳ ରେ ଆଶ୍ରୟନେଇଥିଲେ, ହଟାତ ମହୁଲ ଗଛ ରେ ବ୍ରଜପାତ ହୋଇଥିଲା, ଗଛ ମୂଳ ରେ ଥିବା ଏଙ୍କି ମାଡକାମୀ ବ୍ରଜଘାତ ରେ ସ୍ବାମୀ ଆଗରେ ଟଳିପଡ଼ି ଜୀବନ ଚାଲିଯାଇଥିବା ବେଳେ ସ୍ବାମୀ ଭିମା ମାଡକାମୀ ଗୁରୁତର ଭାବେ ଆହତ ହୋଇ ଚିତ୍କାର କରିଥିଲେ। ନିକଟସ୍ଥ ଗ୍ରାମ ବାସୀ ଚିତ୍କାର ଶୁଣି ସେଠାରେ ପହଁଚି ପୁଲିସ କୁ ଖବର ଦେଇ ଗୁରୁତର ଭିମା ମାଡକାମୀଙ୍କୁ ଏମଭି ୭୯ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ଏମଭି ୭୯ ଥାନା ପୁଲିସ ଘଟଣା ସ୍ଥଳ ରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛି।ଘୁର୍ଣ୍ଣି ଝଡ଼ ଓ କାଳ ବୈଶାଖୀ ର ତାଣ୍ଡବ ରେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଗଛ ଡାଳ ଭାଙ୍ଗି ବା ସହ ଅନେକ ସ୍ଥାନ ରେ ଗଛ ଉପୁଡି ପଡ଼ି କିଛି ଘର ଭାଙ୍ଗି ଯାଇଥିବାର ଜଣା ପଡିଛି, ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇ ତାର ଛିଡି ଯୋଗୁଁ ଗୁରୁବାର ସନ୍ଦ୍ୟା ରୁ ରାତ୍ର ତମାମ ବିଦ୍ୟୁତ ନଥିବାରୁ ପ୍ରବଳ ଗରମ ରେ ଜନ ଜୀବନ ଅତିଷ୍ଠ ହୋଇପଡ଼ିଚିବ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ରାସ୍ତା ଓ ଘର ଉପରେ ଓ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛ କାଟି ରାସ୍ତା ସଫା କରୁଛନ୍ତି।ସହ ଏଥିସହ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ କିଭଳି ବିଦ୍ୟୁତ୍ ସରବରାହ ସ୍ବାଭାବିକ ହେବ ସେଥିପାଇଁ ରାତ୍ର ତମାମ ସଜାଡ଼ିବା କାମ ରେ ଲାଗିପଡିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ବିଭିନ୍ନ ସ୍ଥାନ ର କ୍ଷୟ କ୍ଷତି ର ବିବରଣୀ ସଂଗ୍ରହ ସହ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି।

0
0
0
s2sdefault