ହେଡଲାଇନସ୍:

ଜନସାଧାରଣଙ୍କର ଭାବାବେଗ ସହିତ ଖେଳୁଛି ମଦ ବେପାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଏବେ ପାଇକମାଳରେ ଚର୍ଚ୍ଚା, କାହା ବଳରେ ବଳୀୟାନ ଏ ମଦ ଦୋକାନୀ !!!

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ନୂତନ ଭାବରେ ପ୍ରଦାନ କରାଯାଇଥିବା ବିଦେଶୀ ମଦ ଦୋକାନ ର ମାଲିକ ସିଧାସଳଖ ଭାବରେ ଅଂଚଳର ଲୋକଙ୍କର ଭାବାବେଗ ସହିତ ଖେଳୁଥିବା ଆଜି ମଧ୍ୟାହ୍ନ ରେ ପ୍ରମାଣିତ ହୋଇ ସାରିଛି । ବିଜୁ ଏକ୍ସପ୍ରେସ ୱେ କୁ ଲାଗି ନୂତନ ଭାବରେ ଆଜି ଦୀପହରେ  ଲୋକଙ୍କର ନିଷ୍ପତ୍ତି କୁ ସମ୍ମାନ ଜଣାଇବା ପରିବର୍ତେ ପଇସା ବଳରେ ଓ ବାହୁବଲ ରେ ଜବାରଦସ୍ତି ଭାବରେ ଦୋକାନ ଖୋଲି ଲୋକଙ୍କର ହୃଦୟକୁ ଆଘାତ ଦେଉଛି । ସକାଳୁ ଲୋକଙ୍କର ବିରୋଧ ସତ୍ତ୍ୱେ ଆଜି ଦୀପହରେ ମଦ ବ୍ୟବସାୟୀ ଦୋକାନ ଖୋଲିଥିଲା । ଦୋକାନ ଆଖପାଖରେ ରହୁଥିବା ଲୋକମାନେ ଏହି ଖବର ପାଇବା ପରେ ତୁରନ୍ତ ଦୋକାନ ସମ୍ମୁଖରେ ପହଂଚିବା ସହିତ ଦୋକାନ ବନ୍ଦ କରିବାକୁ କହିଥିଲେ । ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ରବିନାରାୟଣ ସାହୁ ଓ ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ସରୋଜ ସାମଲ ଲୋକଙ୍କ ସହିତ ସାମିଲ ହୋଇ ଦୋକାନ ଖୋଲିବାକୁ ବିରୋଧ କରିଥିଲେ । ଦୋକାନ ସମ୍ମୁଖରେ ପଡାର ମହିଳା ମାନେ ଧାରଣାରେ ବସିଥିଲେ । ଘଟଣାର ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଂଛି ଥିଲେ ଓ ଲୋକଙ୍କର ସହିତ ଆଲୋଚନା କରିଥିଲେ । ଏହାପରେ ପଦ ବାସୀ ଙ୍କର ଦ୍ୱାରା ଦୋକାନକୁ ବନ୍ଦ କରିଦିଆଯାଇଥିଲା । ପଡ଼ାବାସୀ ଙ୍କର ଅଭିଯୋଗ ଅନୁସାରେ ଦୋକାନ ଥିବା ଜାଗାକୁ ଏହି ଜାଗାର ପୂର୍ବ ମାଲିକ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ପୁର୍ତ୍ତ ବିଭାଗକୁ ବିକ୍ରି କରିଥିଲେ । ତେବେ ବର୍ତ୍ତମାନ ପୁର୍ତ୍ତ ବିଭାଗର କିଛି ଅଧିକାରୀ ମାନଙ୍କର ପ୍ରତକ୍ଷ ସହମତିରେ ଜାଗାର ବର୍ତ୍ତମାନ ମାଲିକ ମଦ ବ୍ୟବସାୟୀ କୁ ଭଡାରେ ଦେଇଥିବା ଗୁରୁତର ଅଭିଯୋଗ କରିଛନ୍ତି ପଡା ର କିଛି ମହିଳା । ଅବଶ୍ୟ ଏକଥା ବି ସତ ଯେ ପୁର୍ତ୍ତ ବିଭାଗ ର ଜାଗାରେ ବିଭାଗୀୟ ଅଧିକାରୀ ମାନଙ୍କୁ ହାତ ନକରି କୋଣସି ନିର୍ମାଣ ନିଶ୍ଚିତ ଭାବରେ ସମ୍ଭବ ନୁହେଁ । ଅନ୍ୟ କଥାଟି ହେଲା ବର୍ତ୍ତମାନ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ କାର୍ଯ୍ୟ ଚାଲିଛି । ଆଜି ସକାଳେ ପାଇକମାଲ ନାଗରିକ କମିଟିର ସଭାପତି , ପାଇକମାଲ ବଣିକ ସଂଘର ସଭାପତି , ମଧ୍ୟ ଏହି ସ୍ଥାନରେ ମଦ ଦୋକାନ ଖୋଲିବାକୁ ନେଇ ବିରୋଧ କରିବା ସହିତ ଦୋକାନ ଖୋଲାହେଲେ ଆଗାମୀ ଦିନରେ ଆନ୍ଦୋଳନ ର ଚେତାବନୀ ଦେଇ ସାରିଛନ୍ତି ।  ଲୋକଙ୍କର ନିଷ୍ପତ୍ତି କୁ ସମ୍ମାନ ଜଣାଇ ତୁରନ୍ତ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ଅବସ୍ଥା ଅତି ଭୟାବହ ହେବ ବୋଲି କହିଛନ୍ତି ସ୍ଥାନୀୟ ପଡାର ମହିଳା ମାନେ ।

0
0
0
s2sdefault