ହେଡଲାଇନସ୍:

କୋଭିତ୍ ପରିଚାଳନା ପାଇଁ ସହଯୋଗର ହାତ ବଢ଼ାଇଲା ଓଡିଶା କୃଷି ଶିଳ୍ପ ନିଗମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କଲା ୨୦ ଲକ୍ଷ ଟଙ୍କା

ବାରିପଦା(ଦିଲ୍ଲୀପ ମହାନ୍ତି - କୋଭିଡ଼ ମୁକାବିଲା ଦିଗରେ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡିଶାରେ କୋଭିତ୍ ପରିଚାଳନା ହେଉ, ସବୁଥିରେ ଓଡିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ମେ' ପହିଲାରୁ ରାଜ୍ୟର ୧୮ ରୁ ୪୫ ବର୍ଷର ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ଼ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଏବଂ ଏ ବାବଦରେ ୨ ହଜାର କୋଟି ଟଙ୍କାର ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିଛନ୍ତି । ଓଡ଼ିଶା କୃଷି ଶିଳ୍ପ ନିଗମ କୋଭିଡ଼ ପରିଚାଳନା ଏବଂ ମାଗଣା କୋଭି ଟୀକାକରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।  ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ରଙ୍କୁ ୨୦ ଲକ୍ଷ ଟଙ୍କାର ଚେକ୍ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ପରିଚଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ପ୍ରଦାନ କରିଛନ୍ତି । ୫ଟି ଚିନ୍ତାଧାରାରେ କାର୍ଯ୍ୟକରି ନିଗମ ଗତ ଆର୍ଥିକ ବର୍ଷରେ ୫୦୫, ୧୮ କୋଟି ଟଙ୍କାର କାରବାର କରିଅଛି । ନିଗମ ଅତୀତରେ ୧୦.୦୫.୨୦୧୯ରେ ଫନି ବାତ୍ୟାର ପୁନର୍ବିନ୍ୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ୧ କୋଟି, ୦୮.୦୫.୨୦୨୦ କୋଭିଡ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ଟଙ୍କା, ୧୧.୧୨.୨୦୨୦ରେ କୋଭିଡ଼ ମୁକାବିଲା ତଥା ପ୍ରସମନ ନିମନ୍ତେ ଓଏସଡ଼ିଏମଏ  ଜରିଆରେ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ନିଗମ ଅଧ୍ୟକ୍ଷ ଶ୍ରୀମହାନ୍ତି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କର କୋଭିଡ଼ ପରିଚାଳନା ଦିଗରେ ବିଭିନ୍ନ ଐତିହାସିକ ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି ।

 

 

0
0
0
s2sdefault