ହେଡଲାଇନସ୍:

କଲ୍ୟାଣସିଂହପୁର ପଂଚାୟତରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ ): ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସଦର କଲ୍ୟାଣସିଂହପୁର ପଂଚାୟତରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଓ ହେରଫେର ହେଉଥିବା ପଂଚାୟତର ୱାର୍ଡ ନଂ ୦୭, ୧୦, ୧୨, ୧୩, ଓ ୧୬ ର ସଭ୍ୟ ମାନେ ଆଜି ରାୟଗଡ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ପଂଚାୟତରେ ବିଭିନ୍ନ କାର୍ଯ୍ୟର ସରକାରୀ ନିୟମ ଅନୁସାରେ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ନିର୍ମାଣ କାର୍ଯ୍ୟ କରାଯାଇଥାଏ କିନ୍ତୁ ଏହି ପଂଚାୟତରେ ଏହାର ଘୋର ବ୍ୟତିକ୍ରମ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏଠାରେ ସେମାନେ ଏକ ଗୁରୁତର ଅଭିଯୋଗ କରିଛନ୍ତି ଯେ, ଉକ୍ତ ନିର୍ମାଣ କାର୍ଯ୍ୟ ବିନା ପଲ୍ଲୀସଭା ଓ ଗ୍ରାମସଭାରେ କାର୍ଯ୍ୟ କରିବା ସହ ୱାର୍ଡ ସଭ୍ୟ ମାନଙ୍କ ଦସ୍ତଖତକୁ ଜାଲ କରି ବିଭିନ୍ନ ସରକାରୀ ନଥିପତ୍ରରେ ଯୋଡା ଯାଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଉକ୍ତ ପଂଚାୟତରେ ମାସିକ ବୌଠକ ହେଉନଥିବା ଓ ସରପଂଚ ମହାଶୟ କାର୍ଯ୍ୟାଳୟକୁ କେବେ ବି ଆସନ୍ତି ନାହିଁ ଏବଂ ଜଣେ ଠିକାଦାର ତଥା ଦଲାଲ ପଂଚାୟତ କାର୍ଯ୍ୟାଳୟ ସମ୍ଭାଳୁଥିବା ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ସୂଚନା ଅଧିକରା ଆଇନରେ ମାଗା ଯାଇଥିବା ସମସ୍ତ ତଥ୍ୟା ପ୍ରଦାନ କରିବା ନିୟମ ରହିଥିଲେ ମଧ୍ୟ ଉକ୍ତ ପଂଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଅଧିକାର ଆଇନରେ ମଗା ଯାଇଥିବା ତଥ୍ୟ ପ୍ରଦାନ କରାଯାଉନାହିଁ । ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ନାମରେ ମିଥ୍ୟା ବିଲ ଜରିଆରେ ପାଖାପାଖି ୧ କୋଟି ଟଙ୍କାର ହେରଫେର ହୋଇଥିବା ସେମାନ ଗୁରୁତର ଅଭିଯୋଗ କିରଛନ୍ତି । ସେମାନେ ଆହୁରୀ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମନରେଗା କାର୍ଯ୍ୟ ଗୁଡିକରେ ଶ୍ରମିକଙ୍କ ନକଲି ବ୍ୟାଙ୍କ ଆକାଉଣ୍ଟ କରି ସେହି ଆକାଉଣ୍ଟରେ ଅର୍ଥ ହଡପ ହେଉଛି । ଏହି ସମ୍ପର୍କରେ ୱାର୍ଡ ସଭ୍ୟ ମାନେ ବାରମ୍ବାର କଲ୍ୟାଣସିଂହପୁର ଗୋଷ୍ଠୀ  ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଗଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେଣୁ ସେମାନେ ଜିଲ୍ଲାପାଳଙ୍କ ଠାରେ ଗୁହାରୀ କରିଛନ୍ତି ଯେ, ପଂଚାୟତରେ ଘଟୁଥିବା ଦୁର୍ନିତିର ନିରପେକ୍ଷ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଉକ୍ତ ଅଭିଯୋଗ ପ୍ରଦାନ ବେଳେ ପଂଚାୟତର ୱାର୍ଡ ସଭ୍ୟ ଓ ସଭ୍ୟା ଆମାଲୁ ୱାଡାକା, ମାଣ୍ଡିକା ମାଜାୱାଣା, ସୁଗ୍ରୀବ କୁନାକା, ଏଚ. ଏସ. ସିକା ଓ ମିଣିଆକା ନରେନ୍ଦ୍ର ପ୍ରମୂଖ ଉପସ୍ଥିତ ଥିଲେ । 

0
0
0
s2sdefault