ଜିଲ୍ଲା ପ୍ରସାସନର ନିଷ୍ପତ୍ତିକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) - ସମ୍ବଲପୁର ଜିଲ୍ଲାରେ ଏଣିକି ଶିକ୍ଷକଙ୍କୁ ଦିଆଯାଇଛି ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରିବାପାଇଁ ସରକାରୀ ନିଦ୍ଦେର୍ଶାନାମା। ଜିଲ୍ଲା ପ୍ରସାସନର ନିଷ୍ପତ୍ତି କୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଅଲ ଉତ୍କଳ ପ୍ରାଇମେରୀ ଶିକ୍ଷକ ସଂଘ ସମ୍ବଲପୁର ଜିଲ୍ଲା ଧନକଉଡା ଶାଖା ପକ୍ଷରୁ ଏହି ନିଦ୍ଦେର୍ଶାନାମା ବିରୋଧରେ ଜିଲ୍ଲା ପ୍ରସାସନ କୁ ସାକ୍ଷାତ କରି ପ୍ରତିବାଦ କରାଯାଇଛି । ଗତ କିଛି ଦିନ ହେବ ଜିଲ୍ଲା ରେ କରୋନା ସଂକ୍ରମଣ ଵୃଦ୍ଧି ଘଟଣା ସମ୍ବଲପୁର ଜିଲ୍ଲା ପ୍ରସାସନ ର ଚିନ୍ତା ବଡାଇ ଦେଇଛି । ତେବେ ସଂକ୍ରମଣ ରୋକିବା ସହ ସଚେତନତା ସୄଷ୍ଠି ପାଇଁ ଜିଲ୍ଲା ପ୍ରଶାସନ ଏଭଳି ଅଜବ ନିତି ଏବେ ଦେଖିବାକୁ ମିଲିଛି । କାହିଁକି ନା ଜିଲ୍ଲା ର ପ୍ରମୁଖ ରେଲଷ୍ଟେସନ ରେ ଯାତ୍ରୀ ଙ୍କ ଥର୍ମାଲ ସ୍କ୍ରିନିଙ୍ଗ ଦାୟିତ୍ୱ ଦିଆଯାଇଛି ଜିଲ୍ଲା ର ଶିକ୍ଷକ ଙ୍କୁ । ଏବେ ସମ୍ବଲପୁର ଜିଲ୍ଲାରେ ୪ ଟି ରେଲ ଷ୍ଟେସନ ସହ ଵସଷ୍ଟେସନ ଠାରେ ୬୫ ଜଣ ଶିକ୍ଷକ ଥର୍ମାଲ ସ୍କ୍ରିନିଙ୍ଗ କରିବା ପାଇ ଦ୍ବାୟିତ୍ବ ଜିଲ୍ଲାପ୍ରଶାସନ । ରେଲ ଷ୍ଟେସନ ଓ ବସଷ୍ଟେସନ କୁ ଯାଉଥିବା ଓ ଓହ୍ଲାଉଥିବା ଯାତ୍ରୀ ଙ୍କ ଥର୍ମାଲ ସ୍କ୍ରିନି କରିବେ ପ୍ରାଥମିକ ସ୍କୁଲ ଶିକ୍ଷକ ମାନେ । ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦ୍ଦେର୍ଶକ ଏକ ନିଦ୍ଦେର୍ଶ ଜାରି କରିଛନ୍ତି । ଆଉ ଜିଲ୍ଲାପ୍ରଶାସନ ର ଏଭଲି ନିଷ୍ପତ୍ତି କୁ ନେଇ ଶିକ୍ଷକ ଙ୍କ ମଧ୍ୟ ଅସନ୍ତୋସ ଜାହିର ହୋଇଛି। ଏହି ନିଷ୍ପତ୍ତି ସଙ୍ଗେ ପ୍ରଶାସନ ପକ୍ଷରୁ ଶିକ୍ଷକ ଙ୍କ ପାଇ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି ।