ରାଜ୍ୟରେ ବୃଦ୍ଧି ପାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ଆସନ୍ତା କାଲିଠାରୁ ଛତିଶଗଡ଼ ନିକଟବର୍ତ୍ତି ଓଡିଶାର ୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ନାଇଟ କର୍ଫ୍ୟୁ ହେବ। ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏଥି ସହିତ ରାଜ୍ୟ ସରକାର କରୋନାକୁ ମୁକାବିଲା କରିବା ପାଇଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରିଛନ୍ତି । ସେସବୁ ହେଲା ….
ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ସରକାରୀ ଅଫିସ୍ରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ | ସମସ୍ତ ବେସରକାରୀ ଅଫିସ୍ ମାନଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ | ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ରହି ପାରିବେ ଓ କୌଣସି ଶୋଭାଯାତ୍ରାକୁ ଅନୁମତି ନାହିଁ | କୌଣସି ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଭାକୁ ଅନୁମତି ମିଳିବ ନାହିଁ | ରାଜନୈତିକ ରାଲିକୁ ଅନୁମତି ନାହିଁ | ମନ୍ଦିରଗୁଡିକରେ ସର୍ବନିମ୍ନ ରୀତିନୀତିରେ ପୂଜାର୍ଚ୍ଚନ ହେବ ଓ ଜନସଧାରଣଙ୍କ ପ୍ରବେଶ ସୀମିତ କରାଯିବ | ସବୁ ଦୋକାନର କର୍ମଚାରୀ ମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ନଚେତ୍ ସିଲ୍ କରାଯିବ ଓ ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ବସିପାରିବେ | ଅପେରା ଯାତ୍ରା ଆଦିରେ ୧୦୦୦ ଲୋକ ରହିପାରିବେ | ଆସନ୍ତା ୧୯ ତାରିଖରୁ ରାଜ୍ୟ ବାହାରକୁ ବସ୍ ଚଳାଚଳ ବନ୍ଦ | ରାଜ୍ୟ ଭିତରେ ବସ ଚାଲିବ, କେବଳ ସିଟିଂରେ ଯାଇପାରିବେ | ଅଟୋ ଓ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇପାରିବେ | କୋଚିଂ ସେଣ୍ଟରରେ ଅଫ୍ଲାଇନ୍ କ୍ଲାସକୁ ବାରଣ କରାଯାଇଛି | ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ଯ୍ୟ ବନ୍ଦ ରହିବ ବୋଲି କୁହାଯାଇଛି |