ମାଡାମଙ୍କୁ କରୋନା : ପିଲାଙ୍କ ମନରେ ଛନକା !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରୀକ୍ଷା ଅଫ ଲାଇନ ପରିବର୍ତ୍ତେ ଅନ ଲାଇନରେ କରିବା ନେଇ କଲେଜରେ ଉତ୍ତେଜନା ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ କରୋନା ସଂକ୍ରମଣ ଦୃଷ୍ଟିରୁ ଅଫ ଲାଇନ ପରିବର୍ତ୍ତେ ଅନ ଲାଇନରେ କରିବାକୁ ନେଇ ଛାତ୍ର/ଛାତ୍ରୀ ମାନେ ଦାବି କରି ଆସୁଥିଲେ । ହେଲେ ସେମାନଙ୍କ କଥାକୁ କେହି ଶୁଣୁ ନାହାନ୍ତି, ଫଳରେ ପିଲାମାନେ ନିଜକୁ ଅସୁରକ୍ଷିତ ମନେ କରି କଲେଜ ଅଧ୍ୟକ୍ଷଙ୍କୁ ଭେଟିଥିଲେ ହେଲେ କୌଣସି ବିକଳ୍ପ ବ୍ୟବସ୍ଥା ନହେବାରୁ ଆଜି କଲେଜ ଛାତ୍ର/ଛାତ୍ରୀ ମାନେ ମହାବିଦ୍ୟାଳୟ ଗେଟରେ ଚାବି ପକାଇ ବିକ୍ଷୋଭ ପଦର୍ଶନ କରିଛନ୍ତି | ସେମାନଙ୍କ  ଅଭିଯୋଗ ଅନୁଯାୟୀ କଲେଜରେ ଜଣେ ଅଧ୍ୟାପିକାଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହୋଇଛି ଏବଂ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ତେଣୁ ଆସନ୍ତା 19 ତାରିଖ ରେ ହେବାକୁ ଥିବା +3 ଦ୍ୱିତୀୟ ବର୍ଷ ପରୀକ୍ଷା  ଅଫ ଲାଇନ ବଦଳରେ ଅନ ଲାଇନରେ କରିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କ କଲେଜର ଅଧ୍ୟକ୍ଷ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ ତେଣୁ ତା ପ୍ରତିବାଦରେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲେ ବୋଲି ଛାତ୍ର/ଛାତ୍ରୀ ମାନେ ଜଣାଇଛନ୍ତି । କରୋନା ମହାମାରୀ ସମୟରେ ଜୀବନ ଆଗ ପାଠ ପଛ ବୋଲି ନାରା ଦେଇ କଲେଜ ସମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି ଶତାଧିକ ଛାତ୍ର/ଛାତ୍ରୀ।

0
0
0
s2sdefault