ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବି:ଆର: ଆମ୍ବେଦକରଙ୍କ ୧୩୦ତମ ଜନ୍ମଜୟନ୍ତୀ ପାରଳାଖେମୁଣ୍ଡି ଓ ଲିଙ୍ଗିପୁର ଠାରେ ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି , ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଙ୍ଘ , ଗଜପତି ଜିଲ୍ଲାଶାଖା ଆନୁକୂଲ୍ୟରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ , ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସଭା ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । 

ଏହି ଅବସରରେ ଜିଲ୍ଲାଶାଖା ସଙ୍ଘର ସଭାପତି ଶ୍ରୀ ଏସ: ପାପାରାଓଙ୍କ ନେତୃତ୍ୱ ଓ ସଭାପତିତ୍ୱରେ ସଙ୍ଘର ଉପଦେଷ୍ଟା ଓ ବହୁ କର୍ମକର୍ତ୍ତା ଯୋଗଦେଇ ପାରଳାଖେମୁଣ୍ଡି ସ୍ଥିତ ଦଣ୍ଡୁମାଲା ସାହି ଓ ନୂଆ ବସଷ୍ଟାଣ୍ଡ ଠାରେ ଥିବା ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

 ସେଠାରେ ସଙ୍ଘର ଉପଦେଷ୍ଟା ଦ୍ବୟ ଡ଼ଃ ରାମଚନ୍ଦ୍ର ନାୟକ ଓ ନାରାୟଣ ସେଠୀ ଡ଼ଃ ବି:ଆର: ଆମ୍ବେଦକରଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ ।

 ସେହିଭଳି ଜିଲ୍ଲାର ଗୋଷାଣୀ ବ୍ଲକର ଲିଙ୍ଗିପୁର ଗ୍ରାମରେ  ବାବା-ସାହେବ ଡ଼ଃ ବି:ଆର: ଆମ୍ବେଦକରଙ୍କ ୮ ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତି ସଙ୍ଘର ଜିଲ୍ଲା ସଭାପତି ଶ୍ରୀ ଏସ: ପାପାରାଓଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା । ପ୍ରତିମୂର୍ତ୍ତିରେ ସଙ୍ଘର ବହୁ ବରିଷ୍ଠ କର୍ମକର୍ତ୍ତା ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରେ ଆୟୋଜିତ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  ସଙ୍ଘ ସଭାପତି ଶ୍ରୀ ଏସ: ପାପାରାଓଙ୍କ ଅଧ୍ୟକ୍ଷତାରେ  ସରପଞ୍ଚ ଶ୍ରୀ ଟି: ନାଗେଶ୍ବର ରାଓ , ସର୍ଭେ ଅଫ ଇଣ୍ଡିଆର ଅବସରପ୍ରାପ୍ତ ଅଧିକାରୀ ଶ୍ରୀ ଜେ: ସୁବାରାଓ , ପୁରୁଣାପାଟନାମ୍ ମଣ୍ଡଳମ୍ ସଙ୍ଘର ସଭାପତି ଶ୍ରୀ କେ: ଆପ୍ପାରାଓ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ଃ ବି:ଆର: ଆମ୍ବେଦକରଙ୍କ ଜୀବନ ଦର୍ଶନ ଓ କର୍ମମୟ ଜୀବନୀ ଆଲୋଚନା କରି ସେ ଜଣେ ସମାଜ ସଂସ୍କାରକ , ରାଷ୍ଟ୍ରର ପ୍ରଥମ ଆଇନଜୀବୀ , ବିଶିଷ୍ଠ ଅର୍ଥନୀତିଜ୍ଞ , ରାଜନେତା , ଭାରତୀୟ ସମ୍ବିଧାନ ଚିଠା କମିଟି ଅଧ୍ୟକ୍ଷ ଓ ପ୍ରେରଣାର ଉତ୍ସ ଥିଲେ । ତେଣୁ ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ । 

ଏହି ଅବସରରେ ସଙ୍ଘ ପକ୍ଷରୁ  ଶ୍ରୀ ଜେ:ସୁବାରାଓ ଏବଂ ଶ୍ରୀ କେ: ଆପ୍ପାରାଓଙ୍କୁ ସମ୍ମାନିତ କରାଯାଇଥିଲା ।

 ଏହି ସମସ୍ତ କାର୍ଯ୍ୟକ୍ରମରେ ସଙ୍ଘର ଅଡିଟର ଶ୍ରୀ ୱାଇ: ଡିଲେଶ୍ବର ରାଓ , କେଶିଅର ଶ୍ରୀ ବାବୁଲା ପୂଜାରୀଙ୍କ ସମେତ ଶ୍ରୀ ଏସ: ଡିଲେଶ୍ବର ରାଓ ଏବଂ ଶ୍ରୀ ସୁମନ୍ତ ଚିନ୍ତାଡା , ଶ୍ରୀ ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ  କରିଥିଲେ। ।

0
0
0
s2sdefault