ହେଡଲାଇନସ୍:

ଆଜିଠୁ ସପ୍ଲିମେଣ୍ଟାରି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେବେ ୨୯୮ ଜଣ ପରୀକ୍ଷାର୍ଥୀ

ବଲାଙ୍ଗିରରୁ ନୀରୋଜ ମିଶ୍ର :   ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମସିହା ସପ୍ଲିମେଣ୍ଟାାରି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ତା. ୨୯.୦୬.୨୦୧୮ରିଖ ପର୍ଯ୍ୟନ୍ତଅନୁଷ୍ଠିତ ହେବ । ପରୀକ୍ଷା ପ୍ରତ୍ୟେକ ଦିନ ୦୯ ଘଣ୍ଟାରୁ ଆରମ୍ଭ ହୋଇ ୧୧.୩୦ ରେ ଶେଷ ହେବ । ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଙ୍ଗ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ । କେବଳ ଗଣିତ ପରୀକ୍ଷା ଦିନ ୧୧.୪୫ ମିନିଟ ସମୟରେ ଶେଷ ହେବ । ୨୨ ତାରିଖରେ ପ୍ରଥମ ଭାଷା, ୨୩ ତାରିଖରେ ଦ୍ୱିତୀୟ ଭାଷା, ୨୫ ତାରିଖରେ ତୃତୀୟ ଭାଷା ହିନ୍ଦି / ଓଡିଆ / ପାର୍ଶି, ୨୬ ତାରିଖରେ ତୃତୀୟ ଭାଷା ସଂସ୍କୃତ, ୨୭ ତାରିଖରେ ଗଣିତ, ୨୮ ତାରିଖରେ ବିଜ୍ଞାନ ଓ ୨୯ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ  ହେବ । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅଧିକ୍ଷକ ଭାବେ ପ୍ରତାପ ସାଇ ପଟେଲ ପରୀକ୍ଷା ପରିଚାଳନାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବୋର୍ଡ ତରଫରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାସ ପରୀକ୍ଷାର ସ୍କ୍ୱାଡ ଦାୟିତ୍ୱରେ ଅଛନ୍ତି । 

 

 

 

 

0
0
0
s2sdefault