ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡା ଜିଲ୍ଲା ସଦର ମହକୁମାସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ୍ ହେଡ୍ କ୍ୱାର୍ଟସ ପରିସରରେ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯାେଗ ଦେଇ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଏକ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଆର୍ଟ ଅଫ୍ ଲିଭିଙ୍ଗ ଅନୁଷ୍ଠାନର ଯୋଗ ଗୁରୁ ଦିନେଶ କୁମାର ସମସ୍ତଙ୍କୁ ବଜ୍ରାସନ, ମକ୍ରାସନ, ମତ୍ସ୍ୟାସନ, ଶବସାନ ଭଳି ବିଭିନ୍ନ ଯୋଗାସାନର ପ୍ରଶିକ୍ଷଣ ଦେଇଥିଲେ । ୪ର୍ଥ ବାଟାଲିୟନ ସିଆରପିଏଫର ସେକେଣ୍ଡ ଇନ୍ କମାଣ୍ଡଡେଣ୍ଟ ମିତୁ ରଏ, ଡେପୁଟି କମାଣ୍ଡଡେଣ୍ଟ, ଡିଏଫଓ, ଉପ ଜିଲ୍ଲାପାଳଙ୍କ ସମେତ ଯବାନମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାଜ୍ୟ
ରାୟଗଡ ଠାରେ ବିଶ୍ବ ଯୋଗ ଦିବସ ପାଳିତ
- Hits: 570