ହେଡଲାଇନସ୍:

ଖୋଜିବାକୁ ଯାଇଥିଲେ, ଖୁସି ହୋଇ ଫେରିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ମନ କିଣିନେଲା ନବୀନଙ୍କ ସୌଜନ୍ୟତା ଓ ଆଲୋଚନା 

  • ବିଜେଡି ପକ୍ଷରୁ ବିଜେପି ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

  • ଅତିଥି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି 

  • ସର୍ବଦଳୀୟ ବୈଠକ ଡାକି ଗୃହକାର୍ଯ୍ୟ କରାଯିବ ସ୍ବାଭାବିକ 

ଭୁବନେଶ୍ୱର (ମାନସୀ ମିଶ୍ର) : ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି ସେ ଆତ୍ମିୟତା, ନିବିଡ଼ତା ଆଉ ଆତିଥେୟତା | ପରିବେଶ ଦେଖି ଲାଗୁଥିଲା କେହି ବିରୋଧୀ ଦଳର ନୁହେ, ବରଂ ନିଜ ଘର ଲୋକ ବହୁବର୍ଷ ପରେ ଘରକୁ ନିଜ ଲୋକଙ୍କୁ ଭେଟିବାକୁ ଆସିଛି | ଶଙ୍ଖ ଧ୍ୱନି ଭିତରେ ମୁଖରିତ ହେଉଥିଲା ନବୀନ ନିବାସ | ଆଉ ଚନ୍ଦନ ଟିପା ଦେଇ ଫୁଲ ବର୍ଷା କରି ଶଙ୍ଖ ଧ୍ୱନି ଭିତରେ ସ୍ୱାଗତ କରିଥିଲେ ମହିଳା ଓ ଛାତ୍ର ବିଜେଡିର କର୍ମକର୍ତ୍ତାମାନେ | ଆଲୋଚନା ବି ସୌହାର୍ଦ୍ଦ୍ୟପୂର୍ଣ୍ଣ | ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯାଇଥିଲେ ତାଙ୍କ ସହ କଥା ହୋଇ ଏତେ ପ୍ରୀତ ହୋଇଯାଇଥିଲେ ଯେ ଫେରିଲା ବେଳକୁ ତଥା ଫୋଟୋ ସେସନ କଲାବେଳେ ବିଜେପି ବିଧାୟକ ବିଧାୟିକାଂକ ମୁହଁର ଖୁସି ଆଉ ସନ୍ତୁଷ୍ଟିରୁ ପ୍ରତିଫଳିତ ହେଉଥିଲା | ମୋଟାମୋଟି କହିବାକୁ ଗଲେ, ଏଇ ପଲିଟିକାଲ ହାଇ ଡ୍ରାମାରେ ନବୀନ ନିବାସରେ ପହଂଚିବା ଯାଏ ବିଜେପି ବିଧାୟକଙ୍କ କୋର୍ଟରେ ଥିଲା ବଲ | ଆଉ ନବୀନ ନିବାସ ଭିତରେ ପଶିଗଲା ପରେ ବାକି ବଲ ରହିଲା ନବୀନଙ୍କ କୋର୍ଟରେ | ନବୀନ ନିବାସରେ ବିଜେପି ବିଧାୟକମାନେ ପ୍ରବେଶ କରିବା ପରେ ସୋ ପୁରା ହାଇଜାକ କହିନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସୌଜନ୍ୟତା ଦ୍ୱାରା | ମନ କିଣିନେଲେ , ଆଉ ଆଗନ୍ତୁକଙ୍କ ହୃଦୟ ଜିଣିନେଲେ ନବୀନ | ସବୁ ଶୁଣିଲେ, ଖାଲି ପଡେ କହିଦେଲେ " ହଉ କଣ ହୋଇଛି ବୁଝିବା | ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକି ସମାଧାନ କରିବା" |  ଏତିକିରେ ଖେଳ ଶେଷ, ମୁଖ୍ୟମନ୍ତ୍ରୀଙ୍କୁ ଖୋଜା ଅଭିଯାନ ବି ସରିଲା |  ଆଉ ଖୁସି ହୋଇ ଫୋଟୋ ସେସନ କରି ବାହାରି ଆସିଥିଲେ ନବୀନ ନିବାସରୁ | 

ମୋଟାମୋଟି ଭାବେ  ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ପୂର୍ଣ୍ଣଛେଦ ପକାଇବାର ଅବସର ସୃଷ୍ଟି କରିଛି  । ଚାଷୀଙ୍କ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ହୋ-ହଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇଥିବା ବେଳେ ନବୀନ ନିବାସ ଆଗରେ ଧାରଣରେ ବସିଥିଲେ। ବିଜେଡି ବିଧାୟକ ଓ କର୍ମୀ ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ  ଯାଇ ନ ଥିଲେ। ଶେଷରେ ବିଜେପି ବିଧାୟକଙ୍କୁ ଭେଟିବାକୁ ଧାରଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ନିଜେ ଆସି ପହଞ୍ଚିଥିଲେ। ଆଲୋଚନା ପାଇଁ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସକୁ ଡାକିଥିଲେ। ମଣ୍ଡିରୁ ଧାନ ଉଠିବା ନେଇ ଦେଖାଦେଇଥିବା ଅସୁବିଧାର ଆଲୋନଚା ପାଇଁ ଦିନେ ଦୁଇ ଦିନ ଭିତରେ ସର୍ବଦଳୀୟ ବୈଠକ ଡାକିବେ । ଏନେଇ ବିଜେପି ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ନବୀନ ଏଥିରେ ରାଜି ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିବା କହିଛନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାଏକ ।

କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ସେ କହିଛନ୍ତି, ବିଜେପି ବିଧାୟକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଧାନ ସଂଗ୍ରହ ଚାଲିଛି ଓ ଆଗକୁ ଗୃହ ସ୍ୱାଭାବିକ ହେବ ବୋଲି ସେ ଆଶା ରଖିଛନ୍ତି |

0
0
0
s2sdefault