ପ୍ରତିଭା ପ୍ରଦର୍ଶନ ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ - ପ୍ରାଇଡ୍ ଅଫ ଉତ୍କଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଶାସକ ପ୍ରଶାସକ) ଓଡ଼ିଶାର ଗର୍ବ ଏବଂ ଗୌରବ ତଥା ବିଭିନ୍ନ ବର୍ଗର ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭା ମାନଙ୍କର ପାରଦର୍ଶିତାର ପ୍ରଦର୍ଶନ ନିମନ୍ତେ ଏବଂ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ନିମନ୍ତେ, ଆଜି ଭୁବନେଶ୍ୱରର ଅନ୍ୟତମ ସପିଙ୍ଗ ମଲ୍ "ଉତ୍କଳ ଗ୍ୟାଲେରିଆ" ପରିସରରେ ଏକ ଅନନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ - "ପ୍ରାଇଡ୍ ଅଫ୍ ଉତ୍କଳ" ଅନୁଷ୍ଠିତ ହୋଇଯାଇଛି।

ଉତ୍କୃଷ୍ଟ କଳା, ସାହିତ୍ୟ, ସଂସ୍କୃତି ଓ ସୄଜନଶୀଳତାର କ୍ଷେତ୍ର ଉତ୍କଳ ଭୁମି। ଏଇ ଉତ୍କଳ ମା'ର ଅନେକ ବରପୁତ୍ର ନିଜ ପ୍ରତିଭା ବଳରେ ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଉତ୍କଳ ଜନନୀର ନା ରଖିଛନ୍ତି। ତଥାପି ଆମ ରାଜ୍ୟରେ ଆହୁରି ଅନେକ ଅନନ୍ୟ ପ୍ରତିଭା ବଣମଲ୍ଲୀ ଭଳି ଉପଯୁକ୍ତ ପରିଚୟ ଏବଂ ପ୍ରୋତ୍ସାହନ ଠାରୁ ଦୂରରେ ରହି ଯାଉଛନ୍ତି। ଓଡ଼ିଶାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ଗୋଷ୍ଠୀ ଏବଂ ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ସପିଙ୍ଗ ମଲ୍ "ଉତ୍କଳ ଗ୍ୟାଲେରିଆ" ତାଙ୍କର ସାମାଜିକ  ଉତ୍ତର ଦାୟିତ୍ୱ ଭାବେ ଆଜି ସନ୍ଧ୍ୟାରେ ନିଜ ମଲ୍ ପରିସରରେ ଏଭଳି ଏକ ପ୍ରତିଭା ପ୍ରଦର୍ଶନ, ପ୍ରୋତ୍ସାହନ ଏବଂ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯାହା "ପ୍ରାଇଡ୍ ଅଫ୍ ଉତ୍କଳ" ନାମରେ ଅସଂଖ୍ୟ ଦର୍ଶକଙ୍କ ମନୋମୁଗ୍ଧକର ହୋଇଥିଲା।

କୋଭିଡ୍ କଟକଣା ନୀରବତାରେ ଅନେକ ଦିନ ପରେ ଆଜି ରାଜଧାନୀରେ ଏହି ରଙ୍ଗାରଙ୍ଗ ସନ୍ଧ୍ୟାରେ ଲାଇଟ୍ ଓ ସାଉଣ୍ଡର ଚମତ୍କାର ସହଯୋଗରେ ଅନେକ ଅନନ୍ୟ ପ୍ରତିଭା ମାନଙ୍କର ସୄଜନଶୀଳତାର ପ୍ରଦର୍ଶନ, ସତରେ ଅସଂଖ୍ୟ ଆଗନ୍ତୁକ, ପଥଚାରି ଦର୍ଶକ ଯଥା ବିଶେଷ କରି ଯୁବ ବର୍ଗର ଅଗଣିତ ଦର୍ଶକଙ୍କ ମନ ମୋହି ନେଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଃସାହସିକ ସ୍ପିଡ୍ ବାଇକରଙ୍କର କୌଶଳ ପ୍ରଦର୍ଶନ, ଡିଜେ ମ୍ୟୁଜିକ, ଅଭିନବ ସାଇକେଲ ଚାଳନା, ବାଇକ ଚାଳନା, ଡ୍ୟାନ୍ସ, ଷ୍ଟାଣ୍ଡ ଅପ୍, ରାମ୍ପ ପ୍ରଦର୍ଶନ, ଆକଷ୍ଟିକ୍, ସାଇଫର ଏବଂ ସର୍ବ ଶେଷରେ ଅଂଶଗ୍ରହଣକାରୀ ସମସ୍ତ ପ୍ରତିଭା ମାନଙ୍କୁ ଏବଂ କାର୍ଯ୍ୟକ୍ରମର ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଲିଙ୍କନ ସୁବୁଦ୍ଧି, ବିଶିଷ୍ଟ ଓଲିଉଡ୍ ଚଳଚ୍ଚିତ୍ର ଅଭିନେତା ତାପି ମିଶ୍ର ଏବଂ  ମିଷ୍ଟର ସ୍ପିଡ୍ ବାଇକର ଓ ତାଙ୍କ ଟିମ୍ ଯୋଗଦେଇ ଅଂଶଗ୍ରହଣକାରୀ ସମସ୍ତ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍କଳ ଗ୍ୟାଲେରିଆ ଓଡ଼ିଶାର ଏକ ଦାୟିତ୍ୱ ସମ୍ପର୍ଣ୍ଣ ପ୍ରତିଷ୍ଠାନ ହିସାବରେ ଓଡ଼ିଶାର ଲୁକ୍କାୟିତ ପ୍ରତିଭା ମାନଙ୍କର ପ୍ରୋତ୍ସାହନ ଏବଂ ବିକାଶ ନିମନ୍ତେ ଆଗକୁ ଏଭଳି ଅନେକ ଅଭିନବ କାର୍ଯ୍ୟକ୍ରମ କରିବା ପାଇଁ ପ୍ରୟାସ କରିବ ବୋଲି ଉତ୍କଳ ଗ୍ୟାଲେରିଆ ମାର୍କେଟିଂ ହେଡ୍ ଦୁଲାଲ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ।

 ସନ୍ଧ୍ୟାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସମସ୍ତ କୋଭିଡ୍ କଟକଣା ମଧ୍ୟରେ ଉପଯୁକ୍ତ ସାମାଜିକ ଦୂରତା ଅନୁସରଣ କରି, ଉତ୍କଳ ଗ୍ୟାଲେରିଆ ମାର୍କେଟିଂ ହେଡ୍ ଶ୍ରୀଯୁକ୍ତ ଦୁଲାଲ ଚନ୍ଦ୍ର ସାହୁ,  ଅପରେସନ ହେଡ୍ ଅନୁପ ମହାଳିକ ଏବଂ ମାର୍କେଟିଂ ମ୍ୟାନେଜର ଶ୍ରୀ ସୁଦାମ ସାହୁ ଅତ୍ୟନ୍ତ ସଫଳତାର ସହିତ ପରିଚାଳନା କରିଥିଲେ।

0
0
0
s2sdefault