ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଆରଏମସି ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ଭୋଇଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି । ଉକ୍ତ ନିଲମ୍ବନ କାଳରେ ଶ୍ରୀ ଭୋଇଙ୍କୁ ଭୁବନେଶ୍ୱରସ୍ଥିତ ଅରସିଏସଙ୍କର ଅଫିସରେ ଯୋଗ ଦେବାପାଇଁ ଆଦେଶ କରାଯାଇଥିବା ବେଳେ ଆରସିଏସଙ୍କର ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ବିଗତ ଦିନରେ ପଦ୍ମପୁର ଏସିଏସଓ ଓ ନୂତନ ଭାବରେ ପଦ୍ମପୁର ରେ ଗତ ଏକ ସପ୍ତାହ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଏଏସଏସଓ ନିଲମ୍ବିତ ହୋଇଥିବା ବେଳେ ଆଜି ଆରଏମସି ସମ୍ପାଦକଙ୍କୁ ନିଲମ୍ବନ କରାଯାଇଅଛି ।
ରାଜ୍ୟ
ନିଲମ୍ବିତ ହେଲେ ପଦ୍ମପୁର ଆର ଏମ ସି ସମ୍ପାଦକ
- Hits: 2041
