ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ଗ୍ରାମର ଜଗନ୍ନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ସୁନାଙ୍କର ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ସ୍କୁଲରେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ଖବର ଜଣାଇବା ପରେ ମୃତଦେହ ଘରକୁ ନେଇ ଯାଇଥିଲେ । ପୂର୍ବରୁ ଶ୍ରୀ ସୁନାଙ୍କର ଦେହ ଖରାପ ରହୁଥିଲା । ଜଣେ ଅତ୍ୟନ୍ତ ମେଳାପୀ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଭାବରେ ଶ୍ରୀ ସୁନା ପରିଚିତ । ଶ୍ରୀ ସୁନାଙ୍କର ବିୟୋଗ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଶ୍ରୀ ସୁନାଙ୍କର ବିୟୋଗରେ ଅନେକ ଶିକ୍ଷକ ତଥା ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ କାର୍ଯ୍ୟପ୍ରକାଶ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ରାଜ୍ୟ
କାର୍ଯ୍ୟରତ ଅବସ୍ଥାରେ ଆଖି ବୁଜିଲେ ପ୍ରଧାନ ଶିକ୍ଷକ
- Hits: 4560