ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସୁଥିବା କରୋନା ମହାମାରୀର ରୂପାନ୍ତରକୁ କିପରି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
କେରଳ , ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟରେ ପୁଣି ଥରେ ଅଧିକ ମାତ୍ରାରେ କରୋନା ରୋଗୀ ଚିହ୍ନଟ ହେବାପରେ ଓଡିଶା ସରକାର ସତର୍କତା ଅବଲମ୍ବନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ।ଗଜପତି ଜିଲ୍ଲାରେ ଆବଶ୍ୟକ ସତର୍କତା କିପରି ପାଳନ କରାଯିବ ସେଥିପାଇଁ ସୋମବାର ଦିନ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ତପନ କୁମାର ପଟ୍ଟନାୟକ , ବନ ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ବେହେରା , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀଯୁକ୍ତ ରାଜେନ୍ଦ୍ର ରଣଜିତ୍ , ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀଯୁକ୍ତ ସରୋଜ ବେହେରା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
କୋଭିଡ୍ ନିର୍ଦ୍ଦେଶାବଳୀକୁ ନିମ୍ନଲିଖିତ ଭାବରେ କଡାକଡି ପାଳନ କରାଯିବ -----:
-ସାଧାରଣ କ୍ଷେତ୍ର , ବଜାର , ହାଟ ମାନଙ୍କରେ ବାଧ୍ୟତାମୂଳକ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ।
-ଡାକବାଜି ଯନ୍ତ୍ର ଦ୍ବାରା ଲୋକ ମାନଙ୍କୁ ସଚେତନ କରିବା ପାଇଁ ବଜାର , ହାଟ ଏବଂ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଉଭୟ ପାରଳାଖେମୁଣ୍ଡି ଏବଂ କାଶୀନଗର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥଲା।
-ଶିକ୍ଷା ଅନୁଷ୍ଠାନ , ଛାତ୍ରାବାସ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବାଧ୍ୟତାମୂଳକ ମାସ୍କ ବ୍ୟବହାର , ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ୍ ସ୍କାନିଂ ଏବଂ ସାନିଟାଇଜର ଓ ହ୍ୟାଣ୍ଡୱାସ୍ ବ୍ୟବହାର କରିବା ପାଇଁ ଗୁରୁତ୍ୱ ଦିଆଯିବ।
-ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କେବଳ ପାଠପଢା ଉପରେ ଗୁରୁତ୍ୱ ଦିଆଯିବା ସହ ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯିବ।
-ହୋଟେଲ , ଢ଼ାବା , ରେଷ୍ଟୁରାଣ୍ଟ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା , ସାନିଟେସନ ଏବଂ ପାନୀୟ ଜଳର ବ୍ୟବହାରକୁ ନିରୀକ୍ଷଣ କରିବା ପାଇଁ କଡାକଡି ଭାବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବିବାହ , ସାମାଜିକ କାର୍ଯ୍ୟକ୍ରମ , ଧାର୍ମିକ ଅନୁଷ୍ଠାନ , କ୍ରୀଡ଼ା , ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ଅତ୍ୟଧିକ ଜନ ଗହଳିକୁ ରୋକିବା ପାଇଁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯିବ।
-୨୪×୭ କଣ୍ଟ୍ରୋଲ ରୁମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ।
-କୋଭିଡ୍-୧୯ ନିୟମାବଳୀକୁ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।