ହେଡଲାଇନସ୍:

ବାଲ୍ୟ ବିବାହ ଭଳି କୁ-ପ୍ରଥାକୁ ସମାଜରୁ ଦୂରେଇବା ସହ  ଲୋକମାନେ ସଚେତନ ହେବା ଆବଶ୍ୟକ ବୋଲି _ ଶ୍ରୀମତୀ କୁଲୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା  - ଜିଲ୍ଲାର ୬୩ଟି ଗ୍ରାମ , ଗୋଟିଏ ଗ୍ରାମ ପଞ୍ଚାୟତ ଓ ପୌରପାଳିକାର ୧୦ଟି ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଗ୍ରାମ/ଗ୍ରାମ ପଞ୍ଚାୟତ ଓ ୱାର୍ଡ ଭାବରେ ଆଜି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହା ଘୋଷଣା କରିଥିଲେ । ବାଲ୍ୟ ବିବାହ ଭଳି କୁ-ପ୍ରଥାକୁ ସମାଜରୁ ଦୂରେଇ ଦେବା ସହ ଶିଶୁକନ୍ୟାର ଭବିଷ୍ୟତକୁ ସୁରକ୍ଷିତ ରଖିବା ସକାଶେ ସମାଜର ପ୍ରତିଟି ବର୍ଗର ଲୋକମାନେ ସଚେତନ ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲିଲି କୁମାରୀ କୁଲୁ କହିଥିଲେ । ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ବାଲ୍ୟ ଵିଵାହମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ସଚେତନ ହେବାକୁ ସେ ଆହ୍ଵାନ ଦେଇଥିଲେ ।ସଭାରେ ଡି ସି ପି ଓ ସୁନନ୍ଦ ମହାରଣା ପ୍ରାକ ସୂଚନା ପ୍ରଦାନ କରିଥିଲା ବେଳେ ଡି ଏସ ଡବ୍ଲ୍ୟୁଓ ସୁପ୍ରଭା ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ , ଝାରସୁଗୁଡ଼ା ବ୍ଲକର ୩୦ଟି ଗ୍ରାମ , ଲଖନପୁର ଓ ଲଇକେରାର୫ଟି ଲେଖାଏଁ ଗ୍ରାମ , କିର୍ମିରାର ୧୩ଟି କୋଲାବିରାର ୧୦ଟି ଗ୍ରାମ , ଝାରସୁଗୁଡା ଓ ବ୍ରଜରାଜନଗର ପୌରପାଳିକାର ୫ଟି ଲେଖାଏଁ ୱାର୍ଡ ଓ କୋଲାବିରା ବ୍ଲକର କୁଲିହାମାଲ ଗ୍ରାମ ପଞ୍ଚାୟତକୁ ବାଲ୍ୟ ଵିଵାହମୁକ୍ତ ଭାବରେ ଘୋଷଣା କରାଯାଇଛି ।

0
0
0
s2sdefault