ପ୍ରଶାସନ ପକ୍ଷରୁ ଜନସଚେତନତା ଅଭିଯାନ ଆରମ୍ଭ
ରାୟଗଡା:(ସରୋଜ କୁମାର ସାହୁ)-କୋଭିଡ -19 ମହାମାରୀ ପୁନର୍ବାର ବ୍ୟାପୁଥିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜଣସଚେତନତା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟ ମିଳିତ ଭାବେ ଅଭିଯାନ ଆରମ୍ଭ କରିଛନ୍ତି l ଏଥି ନିମନ୍ତେ ଗତକାଲି ସନ୍ଧ୍ୟାରେ ସମସ୍ତ ଜନସାଧାରଣଙ୍କୁ ଯନ୍ତ୍ର ଚୁଙ୍ଗl ମାଧ୍ୟମରେ ନିଜ, ନିଜ ଘରୁ ବାହାରିବl ପୂର୍ବରୁ ମାସ୍କ ବ୍ୟବହାର କରିବେ, ତତସହିତ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ, ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ, ସଫିଂମୋଲ, ସମସ୍ତ ଦୋକାନ ବଜାର, ବାହାଘର ଓ ବ୍ରତଘର ଆଦି ସ୍ଥାନମାନଙ୍କରେ ସମ୍ପୂର୍ଣ ସାମାଜିକ ଦୂରତା ପାଳନ କରିବେ ଏବଂ ସାନିଟାଈଜର ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାକୁ ଆନୁରୋଧ କରିଥିଲେ l
ଆଜିର ଏହି ଅଭିଯାନରେ ଉପଜିଲ୍ଲାପାଳ, ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର, ରାୟଗଡ ଶ୍ରୀ ଉମାଶଙ୍କର ବେହେରା, ଟାଉନ ଥାନା ଅଧିକାରୀ ଶ୍ରୀ ନିହାର ରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ସ୍ଥାନୀୟ ଅଭର ବ୍ରିଜ ଠାରୁ ଆରମ୍ଭ କରି କପିଳାଶ ଛକ,ଗଜପତି ଛକ, ରେଲୱେବାଇ ଛକ, ସାଇ ଇଣ୍ଟରନ୍ୟାଶନାଲ ଛକ, ତୁମ୍ବିଗୁଡା ଛକ, ହାଉସିଂବୋର୍ଡ ଛକ, ହିରୋ ଶୋରୁମ, ରିଲାଏନ୍ସ ମାର୍କେଟ ଓ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ରାୟଗଡ ସହରର ଜନଗହଳି ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ l
ଆଜି ଜନସଚେତନତା କରାଯାଇଛି ଆଗାମୀ ଦିନରେ ଅବମାନନା କଲେ ଆଇନ ଅନୁଯାୟୀ ଜୋରିମାନା ଆଦାୟ କରାଯିବ ବୋଲି ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିଶ,ରାୟଗଡ ଶ୍ରୀ ପ୍ରଧାନ ସତର୍କ କରାଇଛନ୍ତି l