ହେଡଲାଇନସ୍:

ଏବେ କେମିତି ଜୀବନ ଜିଇଁବେ ଦିବ୍ୟାଙ୍ଗ ପରିମଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ପଥର ପିଟି ଦିବ୍ୟାଙ୍ଗ ପରିମଳ ସାନା ପୋଷୁଥିଲେ ପରିଵାର।

  • ପ୍ରଶାସନିକ ରୋକ ଛଡାଇ ନେଲେ ଜୀବିକା ତାଙ୍କର

  • ସହାୟତା ପାଇଁ ପ୍ରଶାସନକୁ କରିଛନ୍ତି ଗୁହାର। 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ବୟସ ପାଖାପାଖି ୬୦ ଛୁଇଁଲାଣି । ଆଖିକୁ ଦିଶୁନାହିଁ । ପଥର ପିଟିଲେ ପୂରୁଥିଲା ପେଟ । ଚଳୁଥିଲା ପୂରା ପରିବାର । ହେଲେ ବେଆଇନ ପଥର ଭଙ୍ଗା ଉପରେ MV-୭୯ ବନ ବିଭାଗର ରୋକ୍ ଲଗାଇବା ପରେ ଅସହାୟ ହୋଇପଡିଛନ୍ତି ଏହି ସ୍ଵତଂତ୍ରକ୍ଷମ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭୁବନପାଲି ପଞ୍ଚାୟତ MV-୧୧୫ ଗାଁର ପରିମଳ ସାନା ।ପ୍ରଶାସନିକ ନିଷ୍ପତ୍ତି କାରଣରୁ ବର୍ଷେ ହେଲା କୌଣସି କମଧନ୍ଦା ନପାଇ ହାତବାନ୍ଧି ବସି ରହିଛନ୍ତି ।

ସପ୍ତମ ଶ୍ରେଣୀ ପାଠ ପଢିବା ସମୟରେ ପରିମଳଙ୍କର ଦୁଇ ଆଖି ନଷ୍ଟ ହୋଇଯାଇଛି । ସରକାରୀ ସହାୟତାକୁ ଅପେକ୍ଷା ନକରି କିମ୍ବା କାହା ଉପରେ ନିର୍ଭର ନକରି ୨୫ ବର୍ଷ ହେଲା ନିକଟ ପାହାଡ଼ରେ ପଥର ବାଡେଇ ପରିବାର ଚଳାଉଥିଲେ ପରିମଳ । ମାତ୍ର ଏବେ ପ୍ରଶାସନ ପଥର ବାଡେଇବା ବନ୍ଦ କରିଦେବ ପରେ ପରିମଳଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟ ହୋଇପଡିଛି । ସେ ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ଦୃଷ୍ଟିହୀନ ପରିମଳ କିପରି ପରିବାର ଚଳାଇବେ ତାକୁ ନେଇ   ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ତାହା  ଜନସାଧାରଣ   ।

0
0
0
s2sdefault