ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଏକ ଆନ୍ତଃରାଜ୍ୟ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବାର ଜଣାପଡ଼ିଛି । ରାଇରଙ୍ଗପୁର ଝାଡ଼ଖଣ୍ଡ ସୀମାନ୍ତରେ ହୋଇଥିବା ବେଳେ ଏଠାକାର ଘରୋଇ ବସଷ୍ଟାଣ୍ଡକୁ ଓଡ଼ିଶା ସହିତ ବାହାର ରାଜ୍ୟରୁ ବସ ଆଦି ଆସିଥାଏ । ସଡ଼କ ପଥରେ ରାଇରଙ୍ଗପୁରକୁ ଧଳା ଜହର ଆସୁଥିବାର ପୁଲିସ ନିକଟରେ ସୂଚନା ରହିଥିଲା ଏବଂ ପୁଲିସ ରାଇରଙ୍ଗପୁର ଘରୋଇ ବସଷ୍ଟାଣ୍ଡ ଉପରେ ତୀକ୍ଷଣ ନଜର ରଖିଆସୁଥିଲା । ଏହି ସମୟରେ ଆଜି ପଡେ଼ାଶୀ ଝାଡ଼ଖଣ୍ଡ ରାଜ୍ୟ ଆଦିତ୍ୟପୁର ଅଞ୍ଚଳର ଧଳା ହଜରର ଚୋରା ବ୍ୟବସାୟୀ ଅବଦ୍ଧୁଲ କାୟାମ ବାଇକ ଯୋଗେ ରାଇରଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ପହଁଞ୍ଚି ଧଳା ଜହରର ସଉଦା କରିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ପୁଲିସ କୌଶଳ କ୍ରମେ ଅବଦ୍ଧୁଲ କାୟମଙ୍କୁ କାବୁ କରିବା ପରେ ତାକୁ ତଲାସୀ ନେଇଥିଲେ । ଏହି ସମୟରେ ତା ନିକଟରୁ ୬.୭ ଗ୍ରାମ ଓଜନର ବ୍ରାଉନ ସୁଗାର ବାହାରି ଥିଲା । ପୁଲିସ ଉକ୍ତ ବ୍ରାଉନସୁଗାରକୁ ଜବତ କରିବା ସହ ଅବଦ୍ଧୁଲ କାୟମକୁ ଗିରଫ କରିଥିବାର ଜଣାପଡ଼ିଛି ।
ରାଜ୍ୟ
ପୁଲିସ ଯନ୍ତାରେ ଆନ୍ତଃରାଜ୍ୟ ଧଳା ଜହର ବ୍ୟବସାୟୀ
- Hits: 330