କନିଆଁ ଫେରାର ବୋଲି ଶାଳୀଙ୍କୁ ବାହା ହେଲେ, ହେଲେ ଶାଳୀ ବି ....
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-ଗତ ୧୬ ତାରିଖ ଦିନର ଘଟଣା। ୧୬ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳଖୁଣ୍ଟି ଗ୍ରାମର। ବର ଯାତ୍ରୀ ଯାଇଥିଲା ଜୟପାଟଣା ଥାନା ଅନ୍ତର୍ଗତ ବଡକର୍ଲା କୋଟ ର ମାଲଗୁଡା ଗ୍ରାମକୁ । ହେଲେ କନ୍ୟା ଘର ର ଗ୍ରାମକୁ ବର ଯାତ୍ରୀ ପହଞ୍ଚିଲା ପରେ କୁଆଡେ ଫେରାର ହୋଇଗଲା କନ୍ୟା ।
କିନ୍ତୁ ଘରେ ରହିଥିଲା ବରର ଶାଳୀ । ଉଭୟ ପକ୍ଷରୁ ବିଚାର କରି ବରକୁ ସ୍ବାଗତ କରି ଥିଲେ କନ୍ୟା ପକ୍ଷ | ଭେଣେଇ ସହ ଶାଳୀକୁ କରାଇଦେଲେ ବାହା । କନ୍ୟାକୁ ଧରି ବର ଫେରିଥିଲା ନିଜ ଘରକୁ | ବିଶେଷ ସୂତ୍ରରୁ ଖବରପାଇ ଜୟପାଟଣା ପୋଲିସ୍ ଏବଂ ସିଡିପିଓ ପହଞ୍ଚିଥିଲେ କନ୍ୟା ଘରକୁ । କନ୍ୟା ନାବାଳିକା ଥିବା କଥା କନ୍ୟାର ଭାଇ ଓ ଘର ଲୋକଙ୍କୁ ଜଣାଇଥିଲା ପୋଲିସ୍ । ପରେ କନ୍ୟାଙ୍କ ପରିବାର ଲୋକେ ଓ ପ୍ରଶାସନ ପହଞ୍ଚିଥିଲେ ବର ଘର କୁ ଲ ସେଯାଏଁ କନ୍ୟା ନାବାଳିକା ଥିବା ଜଣା ନ ଥିଲା ବର ପକ୍ଷ କୁ । ସିଡିପିଓ ଏବଂ ପୋଲିସ୍ ପ୍ରଶାସନ ପହଞ୍ଚି ନାବାଲିକାକୁ ବାହା ନ କରିବା ସମ୍ବନ୍ଧରେ ଜଣାଇ ସଚେତନ କରିଥିଲେ ଉଭୟ ପକ୍ଷକୁ । ସେଠାରେ ଉଭାୟ ପକ୍ଷ ସଚେତନ ହୋଇ ବରପକ୍ଷ କନ୍ୟା ପକ୍ଷକୁ ନାବାଳିକା କନ୍ୟାକୁ ଫେରାଇ ଦେଇଥିଲେ | ଉଭୟ ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ନିବେଦନ ସହ ଉଭୟ ପକ୍ଷକୁ ସଚେତନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ପ୍ରଶାସନକୁ।