ହେଡଲାଇନସ୍:

ୟୁଏଆଇଏଲ୍ ପକ୍ଷରୁ ଜାତୀୟ ସଡକ ନିରାପତ୍ତା ମାସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) : ‘ଜାତୀୟ ସଡକ ନିରାପତ୍ତା ମାସ’ ୨୦୨୧ ଜାନୁଆରୀ ୧୮ରୁ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ  ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ପାଳିତ ହୋଇଯାଇଛି । ‘ଜାତୀୟ ସଡକ ନିରାପତ୍ତା ମାସ’ ଭାବରେ ମାସେବ୍ୟାପୀ ଅଭିଯାନ ଦେଶବ୍ୟାପୀ ‘ସଡକ ସୁରକ୍ଷା-ଜୀବନ ରକ୍ଷା’ ବିଷୟବସ୍ତୁକୁ ନେଇ ପାଳନ କରାଯାଇଥିଲା । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ଭାବରେ ୟୁଏଆଇଏଲ୍‍ ମାସେବ୍ୟାପୀ ଅଭିଯାନକୁ ନିରାପତ୍ତା ଏବଂ ଯାତାୟତ ଭଳି ସାମାଜିକ କାରଣକୁ ନେଇ ପାଳନ କରିଥିଲା |  ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିରାପତ୍ତା ବିଧିବ୍ୟବସ୍ଥା ଏବଂ ନିୟମାବଳୀକୁ କଡାକଡି ଭାବରେ ଅନୁସରଣ କରାଯାଇ ପରିଚାଳନା କରାଯାଇଥିଲା ।

ମାସେବ୍ୟାପୀ ଏହି ବିଶାଳ କାର୍ଯ୍ୟକ୍ରମର ପ୍ରଥମ ସପ୍ତାହରେ ନିରାପତ୍ତା ସମ୍ପର୍କିତ ବ୍ୟାନର, ସଡକ ନିରାପତ୍ତା ଉପରେ ସୂମହ ଆଲୋଚନା ଏବଂ ସମସ୍ତ କର୍ମଚାରୀଙ୍କୁ ନିରାପତ୍ତା ସମ୍ପର୍କିତ ସଚେତନତା ସୃଷ୍ଟିକାରୀ ପ୍ରଚାରପତ୍ର ବଣ୍ଟନ ସହିତ ଆରମ୍ଭ ହୋଇଥିଲା । ନିରାପତ୍ତା ବିଭାଗ ପକ୍ଷରୁ ପ୍ରକଳ୍ପ ଅଞ୍ଚଳରେ ଗାଡିଗୁଡିକର ପରୀକ୍ଷା କରାଯିବା ସହିତ ରାୟଗଡା ଆରଟିଓଙ୍କ ଦ୍ୱାରା ନିରାପତ୍ତା ମାସ ପାଳନର ପ୍ରଥମ ସପ୍ତାହରେ ଡ୍ରାଇଭରମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଦ୍ୱିତୀୟ ସପ୍ତାହରେ ଶକ୍ତି ପ୍ରକଳ୍ପ, ପ୍ରକଳ୍ପ ଏବଂ ଅର୍ଥ ବିଭାଗଗୁଡିକରେ ସଡକ ନିରାପତ୍ତା ସମ୍ପର୍କିତ ସମୂହ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିସହିତ ରୋଡ ସେଫ୍‍ଟି ମିଶନ, ମୁମ୍ବଇ ପକ୍ଷରୁ ଅପରେଟର ଏବଂ କର୍ମଚାରୀଙ୍କୁ ସଡକ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା ।ତୃତୀୟ ସପ୍ତାହରେ ବିଶୋଧନାଗାର ଅଞ୍ଚଳରେ ଗାଡିଗୁଡିକର ଯାଞ୍ଚ କରାଯାଇଥିଲା । ସଡକ ନିରାପତ୍ତା ଉପରେ ସ୍ଲୋଗାନ, କୁଇଜ ଆଦି ବିଭିନ୍ନ ପ୍ରତିଯୋଗିତା ସଦସ୍ୟ ଏବଂ କର୍ମଚାରୀଙ୍କ ପାଇଁ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅତ୍ୟନ୍ତ ଆଗ୍ରହର ସହିତ ପ୍ରାୟ ୧୦୦ ଜଣ ଅଂଶଗ୍ରହଣ କରିଥିଲେ । ଚତୁର୍ଥ ସପ୍ତାହରେ ସ୍କୁଲ ବସ୍‍ ଏବଂ ପରିବହନ ଗାଡିଗୁଡିକର ଯାଞ୍ଚ ସହିତ ସଡକ ମାର୍ଗ ପରିବର୍ତ୍ତନ ଭଳି କେତେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |

ଏହି ଅବସରରେ ୟୁଏଆଇଏଲ୍‍ର ୟୁନିଟ ହେଡ୍‍ ଶ୍ରୀ ବେଗ୍‍ ପ୍ରକାଶ ସଡ଼କ ନିରାପତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ କହିଥିଲେ ଯେ ହେଲ୍‍ମେଟ ପିନ୍ଧିବା, ବେଗ ସୀମା ବଜାୟରଖିବା, ଟ୍ରାଫିକ ଏବଂ ସଡକ ନିରାପତ୍ତା ସଙ୍କେତଗୁଡିକର ସଠିକ ଅନୁପାଳନ ସହିତ ଏ ସମ୍ପର୍କରେ ସଚେତନତା ପ୍ରସାର ତଥା ଜନସାଧାରଣଙ୍କୁ ଅବଗତ କରାଇ ସଡକ ନିରାପତ୍ତା ସଂସ୍କୃତି ପ୍ରତି ଅବଦାନ ରଖିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଏବଂ କର୍ମଚାରୀଙ୍କ ଦାୟିତ୍ୱ । 

0
0
0
s2sdefault