ଝାରସୁଗୁଡ଼ା :(ସୁଭାଷ ସହାରେ) ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଜୁ ନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।।ଏଥିରେ ରାଜ୍ୟ ସଭାପତି ବିପିନ ବିହାରୀ ଦାସ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଆଜି ଭାରତରେ,ବେକାରୀ,ଗରିବୀ,କୁପୋଷଣ ,ଅନାହାର ବୃଦ୍ଧିପାଇଛି ।ସମଗ୍ର ପୃଥିବୀରେ ରହୁଥିବା ଲୋକ ସଂଖ୍ୟା ର୧୮%ଲୋକ ଭାରତ ରେ ରହିଥିବା ବେଳେ ମାତ୍ର 2.4%ସ୍ଥଳ ଭାଗଏବଂ ପାନୀୟ ଯୋଗ୍ୟ ଜଳ ମାତ୍ର 4% ଅଛି । ଜନସଂଖ୍ୟା ବିସ୍ଫୋରଣ ରୁ ରକ୍ଷା ପାଇବାକୁ ହେଲେ ଜାତି ଧର୍ମ,ଭାଷା ଓ ଆଞ୍ଚଳିକତା ରୁ ଉର୍ଦ୍ଧ କୁ ଉଠି ସବୁ ନାଗରିକ ମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ଆଇନ ବାଧ୍ୟତା ମୂଳକ କରିବାକୁ ପଡିବ । ଏଥିପାଇଁ ବ୍ୟାପକ ଜନସଚେତନା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଗ୍ରହ ରହିବା ଜରୁରୀ ।। ଉଭୟ ସରକାରଙ୍କୁ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସଂସଦ ଓ ବିଧାନସଭାରେ ପାରିତ କରିବା ପାଇଁ ଚାପ ସୃଷ୍ଟି କରିବାକୁ ହେଲେ ଦେଶର 138କୋଟି ଲୋକ ଜାତି, ଧର୍ମ ଓ ଦଳଗତ ନିର୍ବିଶେଷରେ ବ୍ୟାପକ ଜନ ଆନ୍ଦୋଳନ କରିବାର ଅଛି। ପ୍ରତ୍ୟେକ ବର୍ଷ ଆମ ଦେଶରେ 2କୋଟି25ଲକ୍ଷ ଶିଶୁ ଜନ୍ମ ନେଉଥିବା ବେଳେ ବାର୍ଷିକ ଏକ କୋଟି70ଲକ୍ଷ ଲୋକ ଆମ ଜନସଂଖ୍ୟା ସହ ଅଧିକ ଯୋଡ଼ି ହେଉଛନ୍ତି । ଜନ ବିସ୍ଫୋରଣ ହେଲେ ଆଗାମୀଦିନରେ ଭାରତରେକୃଷିକ୍ଷେତ୍ର,ଶିଳ୍ପାୟନ,ଗୃହନିର୍ମାଣ, ମୁକ୍ତ ବାୟୁ,ଓ ପାନୀୟ ଜଳର ବ୍ୟାପକ ଅଭାବ ଦେଖାଦେବ ।।ବେକାରୀ ସମସ୍ୟା ଏତେ ବଢିଯିବ ଯେ ଯେକୌଣସି ସରକାର ପରିସ୍ଥିତିକୁ ଆୟତ୍ତ କରି ପାରିବ ନାହିଁ ।।ଦେଶରେ ଭୟଙ୍କର ଗୃହ ଯୁଦ୍ଧ ଲାଗିଯିବ ।।ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରା ନ ଗଲେ ଆସନ୍ତା 2040 ମସିହା ବେଳକୁ ଦେଶରେ ଜନସଂଖ୍ୟା 240କୋଟିକୁ ଟପିବ ।ସେତେବେଳେ ପରିସ୍ଥିତି ସମ୍ପୂର୍ଣ ଅଣାୟତ ହେଇଯିବ । ଆଜିଠୁ ଚାରି ହଜାର ବର୍ଷ ପୂର୍ବେ ମହାଭାରତ ଓ ଚଉଦ ହଜାର ପୂର୍ବେ ରେ ରାମାୟଣ ଯୁଦ୍ଧ ହୋଇଥିଲା ଅର୍ଥାତ ତା ପୂର୍ବରୁ ପୃଥିବୀରେ ସନାତନ ଧର୍ମ ବିଦ୍ୟମାନ ଥିଲା । ବର୍ତ୍ତମାନ କିଛି ଭାରତୀୟ ସର୍ବପୁରାତନ ସନାତନ ଧର୍ମକୁ ସମ୍ପୂର୍ଣ ବିଲୋପ କରିବାକୁ ଏକ ନୀରବ ଏବଂ ସୁଚିତିନ୍ତିତ ସଢଯନ୍ତ୍ର କରିଛନ୍ତି । ଭାରତର ସଂସୃତି, ସଭ୍ୟତା ଓ ଅଖଣ୍ଡତା ଓ ଭବିଷ୍ୟତ ବଂଶଧର ମାନଙ୍କ ସୂରକ୍ଷା କରିବା ପାଇଁ ସମଗ୍ର ଦେଶବାସୀ ସ୍ଵତଃ ପ୍ରବୃତ୍ତ ଭାବେ ଆଗେଇ ଆସି ଜନସଂଖ୍ୟା ନିୟନ୍ତ୍ରଣ ଆନ୍ଦୋଳନରେ ସାମିଲ ହେବାକୁ ସଭାପତି ଶ୍ରୀ ଦାସ ଆହ୍ବାନ ଦେଇଥିଲେ । ଏଥିସହ ଅତୀତରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶ ତରଫରୁ ସଂସଦରେ ଦୁଇସନ୍ତାନ ବାଧ୍ୟତାମୂଳକ କରିବାକୁ ଆଇନ ଆଣିବା ପାଇଁ ବହୁବାର ତିରିଶ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା କଥା ପ୍ରକାଶ କରିଥିଲେ ।। ଓଡ଼ିଶାରେ ସଂଗଠନକୁ ଶକ୍ତିଶାଳୀ, ମଜବୁତ ଓ କ୍ରିୟାଶୀଳ କରିବା ପାଇଁ ସାପ୍ତାହିକ ବୈଠକ ମାନ କରାଯାଉଛି ।ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସଂଗଠନକୁ ଦୃଢ଼ କରାଯିବ ଏବଂ ଆଗାମୀ ଚବିଶ ତାରିଖ ଦିନ ରାଜ୍ୟର ତିରିଶ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏଡଭୋକେଟା ନରେଶ ନାୟକ କହିଥିଲେ ଯେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବି କୁରୁକ୍ଷେତ୍ରରେ ଧର୍ମ ଯୁଦ୍ଧ ସଦୃଶ । ଧର୍ମ ଯୁଦ୍ଧରେ କୌରବ ରୁପି ଜନସଂଖ୍ୟା ସମସ୍ୟା ଆମଦେଶରୁ ସମାପ୍ତ ହେବ ଜନସଂଖ୍ୟା ନିୟନ୍ତ୍ରଣ ହେଲେ ଆମର ପିଲା ମାନେ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସୁବିଧା ପାଇପାରିବେ । ବିପର୍ଯ୍ୟସ୍ତ ଶିକ୍ଷା ,ସ୍ବାସ୍ଥ୍ୟ ସମେତ ବେରୋଜଗାର ସମସ୍ୟାରୁ ଦେଶ ଉଦ୍ଧାର ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଜିଲ୍ଲା ସଭାପତି ଅରୁଣ କୁମାର ବେହେରା ବୈଠକରେ ସଭାପତିତ୍ବ କରିଥିଲେ । ରାଜ୍ୟ ମହିଳା ସାମ୍ମୁଖ୍ୟ ସଭାନେତ୍ରୀ ଭାରତୀ ପଣ୍ଡା ଜିଲ୍ଲାର ଗ୍ରାମାଞ୍ଚଳରେ ସଂଗଠନକୁ ମଜବୁତ କରିବାକୁ ଆହ୍ବାନ ଦେଇଥିଲେ ଓ ଆସନ୍ତା ୨୬/୦୨/୨୧ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବିଷୟରେ ସୂଚନା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ମୁଖ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ଅସନ୍ତୁଳିତ ଜନସଂଖ୍ୟା ଭାରତର ହଜାର ହଜାର ବର୍ଷର ହିନ୍ଦୁ ସଭ୍ୟତାକୁ ସମ୍ପୂର୍ଣ ବିଲୋପ କରିଦେବ
- Hits: 225