ହେଡଲାଇନସ୍:

ଫାଇଲେରିଆ ଔଷଧ ସେବନ ର ଅବଧି ବଢ଼ିଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଜିଲ୍ଲାରେ ଫାଇଲେରିଆ ରୋଗୀ ସଂଖ୍ୟା ଅଧିକ । ଫାଇଲେରିଆ ରୋଗୀ ଜିଲ୍ଲାର ପ୍ରାୟ ଅଧିକାଂଶ ଅଂଚଳରେ ଥିବାରୁ ଏବଂ ବିଶେଷ କରି ସହରାଞ୍ଚଳରେ ଓ ଶିଳ୍ପାଞ୍ଚଳ ରେ ଆବଶ୍ୟକ ସଂଖ୍ୟକ ଔଷଧ ସେବନ କରିନଥିବାରୁ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ତଥା ସମସ୍ତ ଜନସାଧାରଣ ଙ୍କୁ ଔଷଧ ସେବନ କରାଇବା ପାଇଁ ଏହାର ଅବଧି ଆସନ୍ତା ଫେବୃଆରୀ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  ।ଏହି ପରିପ୍ରେକ୍ଷୀରେ ଯେଉଁମାନେ ଔଷଧ ସେବନ କରିନାହାନ୍ତି ସେମାନଙ୍କୁ ଡ଼ି ଇ ସି ଓ ଆଲବେଣ୍ଡାଜଳ ବଟିକା ର ଗୋଟିଏ ମାତ୍ରା ନିଶ୍ଚୟ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।କେବଳ ଗର୍ଭବତୀ ମହିଳା ଓ ୨ବର୍ଷରୁ ଛୋଟ ଛୁଆ ଓ ଶଯ୍ୟାଶାୟୀ ରୋଗୀ ଏହା ଖାଇବେ ନାହିଁ ।ଆଜି ଝାରସୁଗୁଡା ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀ  ଡା ଲାଲ ମୋହନ ରାଉତରାୟ  ଝାରସୁଗୁଡା ଜିଲ୍ଲା କୁ ଫାଇଲେରିଆ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଅନୁରୋଧ କରିଛନ୍ତି।ଏହାବ୍ୟତୀତ ସମସ୍ତ ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ, ହଷ୍ଟେଲ, ସ୍କୁଲ,ଚର୍ଚ୍ଚ,ବ୍ୟାଙ୍କ,ଡାକ୍ତରଖାନା,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୁ ଯାଇ ଔଷଧ ସେବନ କରାଇବା ପାଇଁ ଅନୁରୋଧ କରିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୬୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଜନସାଧାରଣ ଔଷଧ ସେବନ କରିଛନ୍ତି ।ଏହାକୁ ଶତ ପ୍ରତିଶତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ତରଫରୁ ଏହାର ଅବଧିକୁ ଆସନ୍ତା ୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ଏହି ସମୟମଧ୍ୟରେ ଆଶା,ଅଙ୍ଗନବାଡ଼ି କର୍ମୀ,ସ୍ବେଛାସେବୀ ତଥା ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ଔଷଧ ସେବନ କରାଇବେ ।ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ।କୌଣସି ପ୍ରକାର ଅସୁବିଧା ନାହିଁ ।କେବଳ ଯେ କୌଣସି ଖାଦ୍ୟ ଖାଇକି ଏ ବଟିକା ଖାଇବା ଆବଶ୍ୟକ। ଝାରସୁଗୁଡା,ବ୍ରଜରାଜନଗର, ବେଳପାହାଡ଼ ଓ ବନ୍ଧବାହଲ ଅଞ୍ଚଳରେ କମ ସଂଖ୍ୟକ ବ୍ୟକ୍ତି ଔଷଧ ସେବନ କରିଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ତଥା ଏ ଅଞ୍ଚଳର ଜନସାଧାରଣ ଔଷଧ ସେବନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।

0
0
0
s2sdefault