ବରଗଡ଼(ଶାସକ ପ୍ରଶାସକ) : ଅଯୋଧ୍ୟା ରେ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧି ସଂଗ୍ରହ ଅଭିଯାନ ଚାଲିଛି। ଦଶ ଟଙ୍କାର କୁପନ ଆରମ୍ଭ କରି ଯିଏ ଜେତେ ଅଧିକ ଟଙ୍କା ଦେବେ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଜନ ସାଧାରଣ ଟ୍ରଷ୍ଟ ର ଏକାଉଣ୍ଟରେ ସିଧା ସଳଖ ବେଙ୍କ ଏକାଉଣ୍ଟରେ ଟଙ୍କା ଜମା କରି ପାରିବେ । ବିଭିନ୍ନ ବର୍ଗର ଲୋକେ ଖୁସି ର ସହ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ ରେ ସାମିଲ ହେଉଛନ୍ତି । ଏ ପରି କି ମୁସଲମାନ ପରିବାର ଲୋକେ ମଧ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଧି ସଂଗ୍ରହ ଅଭିଯାନ ବେଳେ ସାମିଲ ହୋଇ ଦାନ ଦେଉଥିବା ଦେଖିବାକୁ ମିଳୁଛି । ଗତ କାଲି ମାଣ୍ତୋସିଲ ଠାରେ ନିଧି ସଂଗ୍ରହ ଅଭିଯାନ ବେଳେ ମହମ୍ମଦ ହନିଫ୍,ଆଜାଦ୍ ହିନ୍ଦୀ ଫୌଜର ସେନାନୀ ସ୍ବର୍ଗତ ରମଜାନ କୁରେସୀ ଙ୍କ ପୁଅ ଗୁଜଲା କୁରେସୀ,ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତ ରେ ମନ୍ଦିର ନିର୍ମାଣ ପାଇଁ ସହାୟତା ଦେଇଥିଲେ । ଛିନ୍ଦେଇକେଲା ଠାରେ ମଧ୍ୟ ନିଧି ସଂଗ୍ରହ ଅଭିଯାନରେ ଛିନ୍ଦେଇକେଲା ଗ୍ରାମ ଡା ଜୟଚନ୍ଦ୍ର ଜୀବନ ରେଖା ରକ୍ତ ସହାୟତା ସଂଘ ତରଫରୁ ଦଶ ହଜାର ପାଞ୍ଚ ଟଙ୍କା,ନନ୍ଦି କିଶୋର ନନ୍ଦ ପାଞ୍ଚ ହଜାର ପାଞ୍ଚ ଟଙ୍କା ଏବଂ ଗ୍ରାମବାସୀ ମାନଙ୍କ ତରଫରୁ ଚାଳିଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ନିଧି ସଂଗ୍ରହ ଅଭିଯାନ ସମୟରେ ସର୍ବ ଶ୍ରୀ ଲଳିତ ଜଗତ,ଚନ୍ଦ୍ର ମାଝୀ,ଦୁଃଶାସନ କୁମ୍ଭାର,ରାଜେନ୍ଦ୍ର ସେଠ,ରଜନୀ କାନ୍ତ ସାହୁ,ବିରଞ୍ଚି ବେହେରା,ବିର କିଶୋର ନନ୍ଦ,ଗୋକୁଳ ବେହେରା,ନିଳୟ ସାହୁ,ଆକାଶ ସାହୁ,ପ୍ରମୋଦ ସାହୁ,ଶ୍ରୀତମ ସାହୁ,ସତ୍ୟ ସାହୁ,ଅନିଲ ସାହୁ,ଜତିନ ସାହୁ,ସୁବାଷ ଚନ୍ଦ୍ର ହଂସ ଆଦି ସାମିଲ ଥିଲେ ।
ରାଜ୍ୟ
ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ପରିବାରର ସହାୟତା
- Hits: 345