ପଦ୍ମପୁର :- ବ୍ୟସ୍ତ ବହୁଳ କର୍ମମୟ ଜୀବନ ଶୈଳୀ ଯୋଗୁ ଆଜି କାହାରି ପାଖରେ ନିଜ ପାଇଁ ସମୟ ନାହିଁ । ସମସ୍ତେ ଚାହାନ୍ତି ନିଜର ବାଲ୍ୟକାଳକୁ ଫେରିଯିବା ପାଇଁ ଯାହାକି ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ । ଘର ପରିବାର କାମ ଧନ୍ଦା ଭିତରେ କେତେ ବର୍ଷ ବିତିଗଲା ତାର ହିସାବ କାହାରି ଖୋଜିବା ମୁଶ୍କିଲ ହୋଇପଡିଛି । ଇତି ମଧ୍ୟରେ ସ୍କୁଲ ଛାଡିବାର ୪୭ ବର୍ଷ ବିତିଗଲାଣି । ଏବେବି ସ୍କୁଲରେ ଏକା ସାଙ୍ଗରେ ପାଠ ପଢ଼ୁଥିବା ବାଲ୍ୟ ବନ୍ଧୁ ମାନଙ୍କୁ ଦେଖିଲେ ସେ ସମୟରେ କେତେ ଘଟଣା ମନେ ପଡ଼ିଯାଏ ତାର ହିସାବ ନାହିଁ । ହେଲେ ବ୍ୟସ୍ତତା ଭିତରେ ବାଲ୍ୟବନ୍ଧୁ ମାନଙ୍କର ସହିତ ସୁଖଦୁଃଖ ହେବା ସମସ୍ତ ଙ୍କର ପାଇଁ ସମ୍ଭବ ମଧ୍ୟ ନୁହଁ । ଯଦିଓ ଆଜିକାର ସମୟରେ ଯୋଗାଯୋଗ ର ଅନେକ ଆଧୁନିକ ସାଧନ ବା ମାଧ୍ୟମ ରହିଛି ତଥାପି ପରସ୍ପରକୁ ଭେଟି ଖୁସିର କିଛି ମୁହୂର୍ତ୍ତ କେବଳ ଏକତ୍ରିତ ହୋଇ ଭାବ ଆଦାନପ୍ରଦାନରେ ହିଁ ରହିଛି । ଆଜି ୧୯୭୪ ମେଟ୍ରିକ ବେଚର ପ୍ରାୟ ୩୫ ଜଣ ବନ୍ଧୁ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର କେରମେଳାବାହାଲ ସ୍ଥିତ ଆମ୍ବ ବଗିଚା ଠାରେ ଏକତ୍ରିତ ହୋଇ ଅତି ଆନନ୍ଦରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ । ଏହି ଅବସରରେ ସମସ୍ତ କିଛି ସମୟ ପାଇଁ ନିଜର ବର୍ତ୍ତମାନ ସ୍ଥିତି କୁ ଭୁଲି ପୁରୁଣା କଥା ସବୁକୁ ମନେ ପକାଇ ଆନନ୍ଦିତ ହୋଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ୧୯୭୪ ବେଚ ର ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକଙ୍କ ସମେତ ଶ୍ରୀ ବେଣୁ ମାଧବ ଦୋରା , ସୁରେଶ ଅଗ୍ରୱାଲ, ବିଜୟ କୁମାର ରାଓ , ବାସୁଦେବ ସାହୁ, ରାଜକୁମାର ଯୋଶୀ, ସଂକେତ ପାଣିଗ୍ରାହୀ, ମହମ୍ମଦ ଅସରଫ , ଅଶ୍ୱିନୀ ପଣ୍ଡା, ନରସିଂହ ମେହେର, ରାମ ରଣ , ହେମସଗାର ସାହୁ, ରାଜେନ୍ଦ୍ର ଦୋରା, ସଚ୍ଚିଦାନନ୍ଦ ବହିଦାର, ଥବିର ପ୍ରଧାନ, ଜିତେନ୍ଦ୍ର ନାଥ ଗୁରୁ, ମାଧବ ସାହୁ, ଡାକ୍ତର ରବୀନ୍ଦ୍ର ଦାସ,ଡାକ୍ତର ରଜତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।
ରାଜ୍ୟ
ପଦ୍ମପୁର : ୧୯୭୪ ମେଟ୍ରିକ ବେଚର ବନ୍ଧୁ ମିଳନ
- Hits: 2935