ହେଡଲାଇନସ୍:

ନୀତି ଆୟୋଗର ଡେ଼ଲ୍ଟା ରାଙ୍କିଙ୍ଗରେ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର୍ଯ୍ୟନିର୍ବାହୀ ସଂସ୍ଥା ଗ୍ରାମ୍ୟ ଉନ୍ନୟନ - ବିଭାଗକୁ ଏହି ମାନ୍ୟତା ଉତ୍ସର୍ଗ କଲେ ଜିଲ୍ଲାପାଳ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନୀତି ଆୟୋଗର ଡେ଼ଲ୍ଟା ରାଙ୍କିଙ୍ଗରେ ଗଜପତି ଜିଲ୍ଲା ପ୍ରଥମ ହୋଇଥିବା ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି । ଜିଲ୍ଲାପାଳ ଶ୍ରୀ ସାହା ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ , ନୀତି ଆୟୋଗ ପକ୍ଷରୁ ଆକାଂକ୍ଷା ଜିଲ୍ଲା ଯୋଜନା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସରେ ବିଭିନ୍ନ ସେକ୍ଟରକୁ ନେଇ ଯେଉଁ ଇଣ୍ଡିଭିଜୁଆଲ ଓ ଓଭରାଲ ରାଙ୍କିଙ୍ଗ ହୋଇଥାଏ , ସେଥିରେ ଗଜପତି ଜିଲ୍ଲା ନମ୍ବର ଏକରେ ଆସି ପ୍ରଥମ ହୋଇଛି ।

ଏହି ରାଙ୍କିଙ୍ଗରେ ମୁଖ୍ୟତଃ ଭାବେ ମୌଳିକ ଭିତ୍ତିଭୂମିର କାମାଂଶକୁ ନିଆଯାଇ ସେଥିରେ ଗଜପତି ଜିଲ୍ଲାକୁ ଏହି ପ୍ରଥମ ତଥା ନମ୍ବର-ୱାନ ହୋଇ ଥିବାର କୃତିତ୍ୱ ମିଳିଛି । ଏହା ମୁଖ୍ୟତଃ ଆମର ଭିତ୍ତିଭୂମି ଗୁଡିକ ମଧ୍ୟରେ ରହିଥିବା ରାସ୍ତାର ଉନ୍ନତିକରଣ , ଜନସେବା କେନ୍ଦ୍ର ଓ ପଞ୍ଚାୟତକୁ ଇଣ୍ଟରନେଟ ସଂଯୋଗୀକରଣ ପ୍ରଭୃତିକୁ ଆଧାର କରି ହୋଇଥାଏ ।

ଏସବୁ ଦିଗରେ ଆମ ଗଜପତି ଜିଲ୍ଲାରେ ଯାହାସବୁ ହେବାକୁ ଥିଲା , ସେସବୁର ୯୦ ପ୍ରତିଶତ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଗଲାଣି । ଏତଦବ୍ୟତୀତ କୋଭିଡ୍ ପରେ ପରେ ଯେତେ ସବୁ କାମ ବାକି ରହିଥିଲା , ସେସବୁ କାମ ପ୍ରାୟ ଶେଷ ପର୍ଯ୍ୟାୟକୁ ପହଞ୍ଚି ଗଲାଣି । ଆମର ଏହିସବୁ କାର୍ଯ୍ୟ-ଶୈଳୀ ଓ ସେ ଦିଗରେ ଲକ୍ଷ ହାସଲ ଆଧାରରେ ଆମ ଗଜପତି ଜିଲ୍ଲାକୁ ଭଲ ରାଙ୍କିଙ୍ଗ ଆସିଛି ।

ଓଡିଶାରେ ୧୦ ଗୋଟି ଆକାଂକ୍ଷା ଜିଲ୍ଲା ରହିଥିବା ବେଳେ ସେଥି ମଧ୍ୟରେ ଗଜପତି ଜିଲ୍ଲା ଅନ୍ୟତମ । ତେବେ ମୌଳିକ ଭିତ୍ତିଭୂମିକୁ ଆଧାର କରି ଗଜପତି ଜିଲ୍ଲାକୁ ଏହି ରାଙ୍କିଙ୍ଗ ମାନ୍ୟତା ଆସିଛି । ନୀତି ଆୟୋଗ ପକ୍ଷରୁ ଏହିଭଳି ପ୍ରତି ମାସରେ ଦେଶର ଆକାଂକ୍ଷା ଜିଲ୍ଲା ମାନଙ୍କ ମୌଳିକ ଭିତ୍ତିଭୂମିକୁ ଦେଖି ରାଙ୍କିଙ୍ଗ ନିର୍ଦ୍ଧାରଣ କରା ଯାଇଥାଏ । ଏହି ରାଙ୍କିଙ୍ଗ ନିର୍ଦ୍ଧାରଣ ବେଳେ ଜିଲ୍ଲାର ଆର୍ଥିକ ଅନ୍ତର୍ଭୁକ୍ତିକରଣ , ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରଭୃତିର ବିଭିନ୍ନ କାମାଂଶ ସବୁ ଯେଉଁ ରହିଛି , ସେଥିରେ ଇଣ୍ଡିଭିଜୁଆଲ ଓ ଓଭରାଲ ରାଙ୍କିଙ୍ଗ ଆସିଥାଏ ।

ଗଜପତି ଜିଲ୍ଲାପାଳ ଭାବେ ଏ କ୍ଷେତ୍ରରେ ମୁଁ ନିଶ୍ଚିତ ରୂପେ ଆମ ଜିଲ୍ଲାର କାର୍ଯ୍ୟନିର୍ବାହୀ ସଂସ୍ଥା ଆରଡି - ବିଭାଗକୁ ଏହି ମାନ୍ୟତା ଉତ୍ସର୍ଗ କରିବି ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ । ଯେତେ ସବୁ ଆମ ଜିଲ୍ଲାର ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାରେ କାମ ହୋଇ ନ ପାରି ବାକି ରହି ଯାଇଥିଲା , ଆରଡି: ବିଭାଗ ଏ ଦିଗରେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇ ରାସ୍ତା ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାସହ ସେସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଆଣିବାରେ ସକ୍ଷମ ହୋଇ ପାରିଛନ୍ତି।

ଏତଦ ବ୍ୟତୀତ ଆଗାମୀ ଦିନରେ ଜିଲ୍ଲାକୁ ଯାହାସବୁ ନିର୍ମାଣ କାର୍ଯ୍ୟପାଇଁ ନୂଆ ଟାର୍ଗେଟ ଆସିବ , ଆମେ ଠିକ ସେହି ପୂର୍ବଭଳି ଆଗଭର ହୋଇ ସେହି ଟାର୍ଗେଟ କାମସବୁ ଠିକ ସମୟରେ ସମ୍ପନ୍ନ କରିବା ଦିଗରେ ବିଶେଷ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ  ନୀତି ଆୟୋଗର ଏହି ଡେ଼ଲ୍ଟା ରାଙ୍କିଙ୍ଗରେ ଦେଶର ୫ଟି ସର୍ବଶ୍ରେଷ୍ଠ ଜିଲ୍ଲା କର୍ଣ୍ଣାଟକର ରାଇଚୁର , ତ୍ରିପୁରାର ଧଲାଲ , ହିମାଚଳ ପ୍ରଦେଶର ଚାମ୍ବା  ଏବଂ ଓଡିଶାର ଦୁଇଟି ଜିଲ୍ଲା ଗଜପତି ଓ କୋରାପୁଟ ରହିଛି । ଏହି ୫ ଟି ସର୍ବଶ୍ରେଷ୍ଠ ଜିଲ୍ଲା ମଧ୍ୟରୁ ଗଜପତି ଜିଲ୍ଲା ପ୍ରଥମ ତଥା ନମ୍ବର ୱାନର ମାନ୍ୟତା ପାଇଛି ।

 

0
0
0
s2sdefault