ସିକୁରିଟି ୭୦ହଜାର ଟଙ୍କା ରିଲିଜ ପାଇଁ ୨୦ହଜାର ଟଙ୍କା ଲାଞ୍ଚ
ନୟାଗଡ(ବିଶ୍ୱଜିତ ନାୟକ) - ଭିଜିଲାନ୍ସ ଜାଲରେ ସରକାରୀ ବାବୁ l 20 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ନୟାଗଡ଼ ମୁନିସିପାଲିଟି ର ଆକାଉଣ୍ଟାଣ୍ଡ ଅଜୟ ସାଥୁଆ l ମୁନିସିପାଲିଟିର ଠିକାଦାର ଜଗବନ୍ଧୁ ସିଅ ବିଭିନ୍ନ କାମର ସିକୁରିଟି 70 ହଜାର ଟଙ୍କା ପାଇବାର ଥିଲା l ଏହି ଟଙ୍କା ରିଲିଜ କରିବାପାଇଁ ଆକାଉଣ୍ଟାଣ୍ଡ ଅଜୟ ସାଥୁଆ 20 ହଜାର ଟଙ୍କା ମାଗିଥିଲେ l ପୂର୍ବ ନିଧାରିତ ଅନୁଯାଇ ଆଜି ଦିନ 10.55ମିନିଟ ରେ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।