ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୦୨୦ ମାର୍ଚ୍ଚ ମାସର ଖଡ଼ଗପୁର ସ୍ଥିତ ରେଳ ଷ୍ଟେସନରେ ପଶ୍ଚିମବଙ୍ଗରୁ ଉଦ୍ଧାର ହୋଇଥିବା ୪ ବର୍ଷର ଶିଶୁ କନ୍ୟା ଭବାନୀକୁ ନେଇ ପଶ୍ଚିମବଙ୍ଗର ପୋଲିସ୍ ସୋମବାର ଦିନ ଗଜପତି ଜିଲ୍ଲାରେ ପହଞ୍ଚିଛି।
ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଶିଶୁ-କନ୍ୟା ଭବାନୀ ରେଲୱେ ଚାଇଲଡ଼ ଲାଇନ ଦ୍ୱାରା ଖଡ଼ଗପୁର ରେଳ ଷ୍ଟେସନରୁ ଉଦ୍ଧାର ହେଲା ପରେ ଜିଆରପି ପୋଲିସ୍ , ଖଡ଼ଗପୁର ଦ୍ୱାରା ସେଠାକାର ଜିଲ୍ଲା ଶିଶୁ ମଙ୍ଗଳ ସମିତି ପଶ୍ଚିମ ମେଦିନାପୁରରେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ଶିଶୁମଙ୍ଗଲ ସମିତିର ନିର୍ଦ୍ଦେଶ କ୍ରମେ ଭବାନୀ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜି-ସାହା, ପଶ୍ଚିମ ମେଦିନାପୁରରେ ରହିଆସୁଥିଲା ।
ଭବାନୀ ଛୋଟ ଶିଶୁ ହୋଇଥିବା ଯୋଗୁଁ ତାର ଠିକଣା ମିଳିବା ଅତ୍ୟନ୍ତ କଷ୍ଟ ହୋଇ ପଡ଼ିଥିଲା । କିନ୍ତୁ ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ ପଶ୍ଚିମ ମେଦିନାପୁରର ପକ୍ଷରୁ ବାରମ୍ବାର ବିଭିନ୍ନ ଉପାୟରେ ଭବାନୀକୁ କାଉନସେଲିଂ କରାଯିବା ପରେ ଏକ ଅସ୍ପଷ୍ଟ ଠିକଣା ପୋଲିସ ପାଇଥିଲା । ସେହି ଅସ୍ପଷ୍ଟ ଠିକଣା ପୋଲିସ୍ ପାଇଥିଲା।
ସେହି ଅସ୍ପଷ୍ଟ ଠିକଣାକୁ ନେଇ ପଶ୍ଚିମ ମେଦିନାପୁର ପ୍ରଶାସନ ପତ୍ର ମାଧ୍ୟମରେ ଗଜପତି ଜିଲ୍ଲାରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ସେହି ଅସ୍ପଷ୍ଟ ଠିକଣାକୁ ନେଇ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବାରମ୍ବାର ଚେଷ୍ଟା କରିବା ପରେ ଶିଶୁ କନ୍ୟା ଭବାନୀ ବାପାଙ୍କ ପାଖରେ ପହଞ୍ଚି ପାରିଥିଲା । ଏହି ଖବର ପତ୍ର ମାଧ୍ୟମରେ ପଶ୍ଚିମ ମେଦିନାପୁରର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀଙ୍କୁ ଜଣାଇଲା ପରେ ସେଠାକାର ଏକ ଚାରିଜଣିଆ ପୋଲିସ ଟିମ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମାଜସେବୀ ରାଜୀବ ମଲ୍ଲିକ ଏବଂ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଜୀ-ସାହାର ଆୟା ଅନିମା ମାହାତ, ଭବାନୀକୁ ନେଇ ସୁଦୂର ପଶ୍ଚିମ ମେଦିନାପୁରରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି।
ଉଦ୍ଧାର ଶିଶୁକନ୍ୟା ଭବାନୀକୁ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନା କରାଯାଇଥିଲା । ଜିଲ୍ଲା ଶିଶୁମଙ୍ଗଳ ସମିତି ସ୍ୱଳ୍ପ ସମୟ ପାଇଁ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଗଜପତିକୁ ହସ୍ତାନ୍ତର କରାଯାଇଛି ।
ପରବର୍ତ୍ତୀ ମୁହୂର୍ତ୍ତରେ ଭବାନୀର ଆବଶ୍ୟକ ଥଇଥାନ ଏବଂ ତାହାର ପରିବାର ପାଇଁ ଆବଶ୍ୟକ ସରକାରୀ ସହଯୋଗ ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରାହୋଇଛି ବୋଲି ଡିସିପିୟୁ ଅରୁଣ କୁମାର ତ୍ରିପାଠୀ, ସାମ୍ବାଦିକ ମାନଙ୍କୁ ପ୍ରେସ ବିବୃତିରେ ସୂଚନା ଦେଇ କହିଛନ୍ତି ।