ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଓଡ଼ିଶା ସରକାରଙ୍କ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଯୋଜନା ଆନୁକୂଲ୍ୟରେ ଏକ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଭ୍ୟାନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ମାଟି ପରୀକ୍ଷାକୁ ବ୍ୟାପକ କରିବା ତଥା ଗ୍ରାମାଞ୍ଚଳରେ କୃଷକମାନଙ୍କୁ ମାଟିର ମାନ ନିର୍ଦ୍ଧାରଣ ସହିତ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସମ୍ବନ୍ଧରେ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ମାଧ୍ୟମରେ ବର୍ଷକୁ ପାଞ୍ଚ ହଜାର ମୃତ୍ତିକା ନମୁନା ପରୀକ୍ଷା କରିବାକୁ ଯୋଜନା କରାଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଲବୀର ସିଂ ସୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୃତ୍ତିକା ରସାୟନବିତତିଳତ୍ତମା ମହାକୁଡ଼ , ଝାରସୁଗୁଡ଼ା ବ୍ଲକ କୃଷି ଅଧିକାରୀ ନୀଳମଣି ଦାଶ, ଲଖନପୁର ବ୍ଲକ କୃଷି ଅଧିକାରୀ ଗୌରୀଶଙ୍କର ସିଂ , ମୃତ୍ତିକା ପରୀକ୍ଷାଗାର ଆନାଲିଷ୍ଟ ରାଜେଶ କୁମାର ପଟେଲଙ୍କ ସମେତ ସମସ୍ତ ବ୍ଲକର ସହକାରୀ କୃଷି ଅଧିକାରୀ ତଥା ସହକର୍ମୀବୃନ୍ଦ ଉପସ୍ଥିତ ଥିଲେ ।
ରାଜ୍ୟ
ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଭ୍ୟାନ ଶୁଭାରମ୍ଭ ।
- Hits: 271