ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା - ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସକାଶେ ଏକ ବୈଠକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ ଫାଇଲେରିଆ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଫାଇଲେରିଆ ରୋଗର ପ୍ରତିରୋଧ ଓ ନିରାକରଣ ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଥିଲେ । ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଡୋଳାମଣି ପଟେଲ ଫାଇଲେରିଆ ରୋଗର ଲକ୍ଷଣ , ସଂକ୍ରମଣ , ରୋଗ ଚିହ୍ନଟ , ଔଷଧ ସେବନ ସମ୍ପର୍କରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ବୈଠକରେ ଏପିଡେମିଓଲଜିଷ୍ଟ ଡାକ୍ତର ରତ୍ନାକର ଚୌଧୁରୀ , ଡାକ୍ତର ମଧୁଲିତା ସାହୁ , ଡି ପି ଏମ୍ ବୁଲୁନାଥ ସାହୁ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବିରାଟ ରାଜା ପ୍ରଧାନ ଉପସ୍ଥିତ ଥିଲେ ।
ରାଜ୍ୟ
ଫାଇଲେରିଆ ନିରାକରଣ ଅଭିଯାନ. ଫେବୃଆରୀ ୧୦ରୁ ୧୯ ପର୍ଯ୍ୟନ୍ତ ଚାଲିବ
- Hits: 241