ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ପାଖରେ ସିସିଆଇଏମର ପ୍ରସ୍ତାବ ; ଆୟୁଷ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଦିଆଯାଉ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିରୋଧ କଲେ ଡାକ୍ତର ସଂଘ, ଅନଶନରେ ବସିଲେ ସଂଘର କର୍ମକର୍ତ୍ତା।

  • ସମର୍ଥନ ଜଣାଇଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଓ ସିସିଆଇଏମ (ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନ ତରଫରୁ ଆୟୁଷ ଡାକ୍ତରମାନଙ୍କ ଦ୍ବାରା ଅସ୍ତ୍ରୋପଚାର କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖାଯାଇଛି। ଏହାକୁ ବିରୋଧ କରି ଝାରସୁଗୁଡ଼ା ଡାକ୍ତର ସଂଘ ତରଫରୁ ବିରୋଧ ପ୍ରକଟ କରି ସ୍ଥାନୀୟ ଝଣ୍ଡାଛକଠାରେ ଅନଶନ କରାଯାଇଛି। 

ସିସିଆଇଏମ ତରଫରୁ ଦିଆଯାଇଥିବା ଏହି ପ୍ରସ୍ତାବ ଅନୁସାରେ ଆୟୁଷ ଡାକ୍ତରମାନେ 39 ପ୍ରକାରର ସାଧାରଣ ଅସ୍ତ୍ରୋପଚାର ଓ ଅନ୍ୟାନ୍ୟ 19 ପ୍ରକାରର ଅସ୍ତ୍ରୋପଚାର କରିବାକୁ ଅନୁମତି ପାଇବେ। ଏଥି ମଧ୍ୟରେ ଆଖି, କାନ, ନାକ ବ୍ୟତୀତ ଅନ୍ୟ ପ୍ରକାରର ଅସ୍ତ୍ରୋପଚାର କରିବା ପାଇଁ ଆୟୁଷ ଡାକ୍ତରମାନଙ୍କୁ ଅନୁମତି ମିଳିବ। ମାତ୍ର ଏହାକୁ ବିରୋଧ କରିଛନ୍ତି ଏଲୋପ୍ୟାଥିକ ଡାକ୍ତର ସଂଘ। ସେମାନଙ୍କ କହିବା ଅନୁସାରେ, ଅସ୍ତ୍ରୋପଚାର ଚିକିତ୍ସା କ୍ଷେତ୍ରର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟ। ଏଥିରେ ଭଲ ଭାବରେ ଦକ୍ଷତା ହାସଲ କରିବାକୁ ଜଣକୁ ପ୍ରାୟ ଦଶ ବର୍ଷ ସମୟ ଲାଗିଥାଏ। ଆୟୁଷ ଡାକ୍ତରମାନେ ଏହି ପାଠ ନ ପଢ଼ି କିପରି ଏହିପରି ଅସ୍ତ୍ରୋପଚାର କରି ପାରିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହା ନୀତି ଆୟୋଗ ଓ ସିସିଆଇଏମର ବିପଦଜ୍ଜନକ ଓ ଅନୈତିକ ପ୍ରସ୍ତାବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଇଣ୍ଡିଆନ ଏସୋସିଏସନ ଅଫ ମେଡିକାଲ ତତ୍ତ୍ବାବଧାନରେ ସର୍ବଭାରତୀୟ ସ୍ତରରେ ଗତ ୧ ଫେବୃଆରୀରୁ ଏହି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ  ୧୪ ତାରିଖ ସୁଦ୍ଧା ଏହି ଆନ୍ଦୋଳନ ଚାଲିବ ବୋଲି ସଂଘ ସୂଚନା ଦେଇଛି।

0
0
0
s2sdefault