ହେଡଲାଇନସ୍:

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଲା ବୋଲିଂ ସଂଘ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର :  ସମ୍ବଲପୁର ଜିଲ୍ଲା ରେ ବୋଲିଂ ସଂଘ ଆରମ୍ଭ ହୋଇଛି ।ସମ୍ବଲପୁର ଜିଲ୍ଲା ରେ ବୋଲିଂ ଖେଲକୁ ଅଧିକ ଲୋକପ୍ରିୟ କରାଇବା ସହ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ସଂଘ କାର୍ଯ୍ୟ କରିବ ବୋଲି ସଂଘର ଉଦଘାଟିତ ଅବସରରେ ସୁଚନା ଦିଆଯାଇଥିଲା । ବୋଲିଂ ଖେଲ ରାଜ୍ୟ ବାହାରେ ବେଶ ଲୋକପ୍ରିୟ ହୋଇଥିବା ବେଳେ ଏଥିରେ ବହୁ ପ୍ରତିଯୋଗି ଭାଗନେଇ ବେଶ ସଫଳତା ପାଇ ପାରିଛନ୍ତି । ବିଶେଷ କରି ଏହି ଖେଲରେ ଆହତ ହେବା ଆଶଙ୍କା କମ ଥିବାରୁ ଏଥିରେ ବହୁ ମହିଳା ଖେଲାଳି ଖେଲିବାକୁ ଆଗ୍ରହ ଦେଖାଇଥାନ୍ତି ।  ଆଗକୁ ଆନ୍ତର୍ଜାତିୟ ସ୍ତରରେ ମେଡେଲ ପାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଂଘର ସମ୍ବଲପୁର ଶାଖା ଉଦଘାଟିତ ରେ ସୁଚନା ଦିଆଯାଇଥିଲା । ସମ୍ବଲପୁର ରେ ନୂତନ କରି ଗଠିତ  ଜିଲ୍ଲା ବୋଲିଂ ସଂଘ ର ସଭାପତି ଭାବରେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, କାଯ୍ୟକାରୀ ସଭାପତି ଭାବରେ ସୁନ୍ଦରମଣୀ ବାରିକ, ସାଧାରଣ ସଂପାଦକ ଭାବରେ ରଶ୍ମିତା ପୁରୋହିତ ଙ୍କୁ ଦାୟିତ୍ୱ ଦିଆଯାଇଛି । 

 

0
0
0
s2sdefault