୬ ବାଇକ ଜବତ, ବାଇକ ପିଛା ୨୨ ହଜାର ଟଙ୍କା ତଣ୍ଡ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଆଜି ଗାଡ଼ି ଯାଞ୍ଚ କରାଯାଉଥିବା ସମୟରେ ୬ଟି ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୬ଟି ବାଇକକୁ ଜବତ କରିବା ସଂଗେସଂଗେ ପ୍ରତ୍ୟେକ ବାଇକ ପିଛା ୨୨ ହଜାର ଟଙ୍କା ଜୋରିମାନା ଲାଗୁ କରିଛନ୍ତି । ଏଥି ସହିତ ବାରିପଦା ସହରରେ ଏହି ପ୍ରକାରର ବିକଟ ଶବ୍ଦ ସୃଷ୍ଟି କରୁଥିବା ବାଇକ ଚାଳକମାନେ ଦୃତ ବେଗରେ ବାଇକ ଚଳାଇ ଯାଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଉଥିବାର ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।