ହେଡଲାଇନସ୍:

ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପକୁ ଆହୁରି ତିନିଶହ ଚାଳିଶ କୋଟି ଟଙ୍କା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :-  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୭ ଗୋଟି ପ୍ରସ୍ତାବ ମଂଜୁର ହୋଇଛି | ତନ୍ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା , ବରପାଲ୍ଲୀ ବ୍ଲକର ଅଣଜଳସେଚିତ ଅଂଚଳ  ଓ  ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର କିଛି ଅଂଚଳକୁ ଜଳସେଚିତ କରିବା ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ନିମନ୍ତେ ଆହୁରି ତିନିସହ ଚାଳିଶ କୋଟି ଟଙ୍କା ପ୍ରଦାନ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ସୂଚନାଯୋଗ୍ୟ ଯେ ଭଟଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀର ଚାଷୀ ଭାଇମାନେ ଏଥିନେଇ ଦାବି କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ | ଚାଷୀମାନଙ୍କର ଆବଶ୍ୟକତାକୁ ହୃଦୟଙ୍ଗମ କରି ହୀରାକୁଦ ଡ୍ୟାମରୁ ଜଳ ଯୋଗାଇବା ପାଇଁ ଆଜି ଏହି ଅର୍ଥ ମଂଜୁର କରିଛନ୍ତି । ୩୪ କିଲୋମିଟର କେନାଲ ଲାଇନିଂ କରି ୩୪୦.୩୬ କୋଟି ଟଙ୍କା ବିନିଯୋଗରେ ୨୫୬୦୦ ହେକ୍ଟର ଜମି ଜଳସେଚିତ ହେବ | 

ରାଜ୍ୟରେ ସ୍ୱଚ୍ଛ ପାନୀୟ ଜଳ ନିଶ୍ଚିତ କରାଇବା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ଯାଜପୁର ଜିଲ୍ଲାର ଦୁଇଟି ପାନୀୟ ଜଳ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ମଂଜୁର କରିଛନ୍ତି କ୍ୟାବିନେଟ | ଜିଲ୍ଲାର ୫ ଗୋଟି ବ୍ଲକର ୩୨୩ ଗ୍ରାମରେ ପ୍ରାୟ ୩,୯୦୮୮୬ ଜଣ ଲୋକଙ୍କ ପାଇଁ ୨୪୫,୨୭,୨୦,୨୦୦ ଟଙ୍କାର ଟେଣ୍ଡର ମୁମ୍ବାଇର ଏକ ସଂସ୍ଥା ନାମରେ ମଂଜୁର କରିଛନ୍ତି | ୨୪ ମାସ ଭିତରେ ଏ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ |  

ସେହିପରି କନ୍ଧମାଳ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଦୁଇ ଗୋଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ମଂଜୁର କରିଛନ୍ତି | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ଜିଲ୍ଲାର ଦୁଇଗୋଟି ବ୍ଲକର 329ଗ୍ରାମରେ ବସବାସ କରୁଥିବା ୧ଲକ୍ଷରୁ ଉର୍ଧ୍ଵ ଲୋକ ଉପକୃତ ହେବେ | ଏଥି ପାଇଁ ୧୮୫.୯୨ କୋଟି ଟଙ୍କାର ଠିକ ମୁମ୍ବାଇର ଏକ ଠିକା କମ୍ପାନୀ ଉଦ୍ଦେଶ୍ୟରେ ମଂଜୁର କରିଛନ୍ତି |

0
0
0
s2sdefault