ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କୁ ଆହୁରି ତିନିସହ ଚାଳିଶ କୋଟି ଟଙ୍କା ପ୍ରଦାନ
ବରଗଡ :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ନିମନ୍ତେ ଆହୁରି ତିନିସହ ଚାଳିଶ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଭଟଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀର ଚାଷୀ ଭାଇ ମାନଙ୍କର ଆବଶ୍ୟକତା କୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ର ଘୋଷଣା କରିଥିଲେ । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୧୧୩୫.୬୩ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଆଜି ପୁଣି ୩୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ପ୍ରଜଳ୍ପ ସମ୍ପୁର୍ଣ୍ଣ ହେବା ଦ୍ୱାରା ସହ ଭଟଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀର ପଚିଶ ହଜାର ଛଅ ଶହ ହେକ୍ଟର ଜମିରେ ଜଳ ସେଚନ ହୋଇପାରିବ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପୂରଣ କରିଥିବାରୁ ସମସ୍ତଙ୍କର ମନରେ ଖୁସି । ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ଓ ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା ବାସୀ ଙ୍କର ତରଫରୁ ଧନ୍ୟବାଦ ଜଣାଇଛନ୍ତି ।