ହେଡଲାଇନସ୍:

ବିଧାୟକ ଙ୍କର ଦ୍ୱାରା ସପ୍ତାହିକ ହାଟର ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :-ଏବେବି ଗ୍ରାମାଞ୍ଚଳରେ ସପ୍ତାହିକି ହାଟ ଲୋକଙ୍କର ପାଇଁ କ୍ରୟ ବିକ୍ରୟ କରିବାର ଏକ ଆବଶ୍ୟକୀୟ ମାଧ୍ୟମ । ସପ୍ତାହ ସାରା   ପରିଶ୍ରମ କରିବା ପରେ ନିଜର ଆବଶ୍ୟକୀୟ ଜିନିଷ କିଣାବିକା ପାଇଁ ଗ୍ରାମାଞ୍ଚଳର ଲୋକ ବଜାର ବା ହାଟ ଉପରେ ନିର୍ଭର କରନ୍ତି ।  କୋବିଡ଼ କଟକଣା ପାଇଁ ସରକାର ଙ୍କର ଦ୍ୱାରା ସବୁ ହାଟ ବଜାର ବନ୍ଦ କରାଯାଇଥିଲା ହେଲେ କଟକଣା କୋହଳ ହେବା ପରେ ପୁଣି ଲୋକେ ହାଟକୁ ଯିବା ଆରମ୍ଭ କରିଛନ୍ତି । ପାଇକମାଲ ବ୍ଲକ ରେ ଅନେକ ସ୍ଥାନ ଅଛି ଯେଉଁ ଠାରୁ କି ହାଟ ବହୁତ ଦୂର ସେହିଭଳି ଏକ ସ୍ଥାନ ହେଉଛି ବରଗଡ଼ , ନୂଆପଡା ଓ ବଲାଙ୍ଗୀର ଜିଲ୍ଲାକୁ ଲାଗିଥିବା ପାଇକମାଲ ବ୍ଲକର ଝାରବନ୍ଧ ଗ୍ରାମପଞ୍ଚାୟତ । ଏହି ପଞ୍ଚାୟତର ଝାରବନ୍ଧ ଗ୍ରାମରୁ ନିକଟତମ ହାଟ ଚିଂଦେଇକେଲା କିମ୍ବା ବଲାଙ୍ଗୀର ଜିଲ୍ଲାର ଲଖନା । ବହୁ ଦୂର ହେବା କାରଣରୁ ଲୋକ ଠିକ ଭାବରେ ବଜାରକୁ ଯାଇପାରୁନଥିଲେ । ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଝାରବନ୍ଧ ଠାରେ ଏକ ସପ୍ତାହିକି ବଜାର ର ଉଦଘାଟନ କରିଥିଲେ । ଏହି ଅବସରରେ ଗ୍ରାମବାସୀ ମାନଙ୍କର ଦ୍ୱାରା ଏକ ସଭା ରେ ବିଧାୟକ କହିଥିଲେ ଯେ ଏହି ହାଟ ସ୍ଥାନୀୟ ଲୋକଙ୍କର ଆବଶ୍ୟକତା କୁ ପୁରା କରିବା ସହିତ ଅଂଚଳର ଆର୍ଥିକ ବିକାଶ ରେ ମଧ୍ୟ ସହଯୋଗୀ ହେବ । ଆଜି ଏହି ଅବସରରେ ମାନ୍ୟବର ବିଧାୟକ ଙ୍କର ସହିତ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପୁଟା , ବରିଷ୍ଠ କର୍ମକର୍ତ୍ତା ଶ୍ରୀ ହୃଦାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault