ହାଟଡିହୀ(ଶାସକ ପ୍ରଶାସକ)-କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ବୈକୁଣ୍ଠନାଥ ଯୁବପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଯୁବପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କହ୍ନେଇ ଚରଣ ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଯୁବପରିଷଦର ପୂର୍ବ ଗାରିମା ଓ ଗୌରବକୁ ତ୍ୱରାନ୍ନୀତ କରିବା ପାଇଁ ଉପସ୍ଥିତ ସମସ୍ତ ସକ୍ରୀୟ କର୍ମୀ ସଂକଳ୍ପ ନେଇଥିଲେ । ଅନୁଷ୍ଠାନର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳ ମତ ନିର୍ବିଶେଷରେ ସମସ୍ତେ ମିଳିତ ଭାବେ ନିଜ ଜଳକଳଙ୍ଗ ଗ୍ରାମର ଉନ୍ନତି ସହିତ ସମଗ୍ର ହାଟଡିହୀ ବ୍ଲକର ସାମୁହିକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ସଂପାଦକ ବିଜୟ କୁମାର ଜେନା ଆହ୍ୱାନ କରିଥିଲେ । ସଦସ୍ୟମାନେ କିଛି କିଛି ସମୟ ଓ ଶ୍ରମ ଦେଲେ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସକ୍ରୀୟ ସଭ୍ୟ ସୁନୀଲ ନାୟକ କହିଥିଲେ । ଗ୍ରାମରେ ଧିରେଧିରେ ବୁଡିଯାଉଥିବା ଐତିହ୍ୟ ଓ ପରମ୍ପରାକୁ ପୁନରୁଦ୍ଧାର ପାଇଁ କାର୍ଯ୍ୟ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଲାଖ ବିନ୍ଧା, ଗଣେଶ ପୂଜା,ସରସ୍ୱତୀ ପୂଜା ସମେତ ସ୍ୱାଧୀନତା ଦିବସ,ସାଧାରତନ୍ତ୍ର ଦିବସ,ଗାନ୍ଧୀ ଜୟନ୍ତୀ,ସୁବାସ ବୋଷ ଜୟନ୍ତୀ ଆଦି ଜାତୀୟ ଦିବସ ଆଗଭଳି ଜାକ ଜମକରେ ପାଳନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଦୀର୍ଘଦିନ ବ୍ୟବଧାନ ପରେ ଏହି ବନ୍ଧୁ ମିଳନ ବୈଠକ ଆୟୋଜିତ ହୋଇଥିବାରୁ ସମସ୍ତେ ଖୁସୀ ଅନୁଭବ କରିଥିଲେ । ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ର ନିମନ୍ତ୍ରଣ କ୍ରମେ ଆଗାମୀ ବାର୍ଷିକ ଉତ୍ସବରେ ବୈକୁଣ୍ଠନାଥ ଯୁବପରିଷଦ ପରିଚାଳନା ଦାୟିତ୍ୱ ନେବାକୁ ଆଲୋଚନା କରାଯାଇଥିଲା । ପ୍ରତି ମାସ ୩ୟ ରବିବାର ରେ ଯୁବପରିଷଦର ନିୟମିତ ବୈଠକ ହେବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷ ରେ ସଭାପତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଉକ୍ତ ବୈଠକରେ ସଭାପତି କହ୍ନେଇ ଚରଣ ଓଝା ଙ୍କ ସମେତ ଉପ ସଭାପତି ଭଗବାନ ସେଠୀ, ସଂପାଦକ ବିଜୟ କୁମାର ଜେନା,କୋଷାଧ୍ୟକ୍ଷ ସନ୍ତୋଷ ଚକ୍ର, ସକ୍ରୀୟ ସଭ୍ୟ ଚିତରଂଜନ ମଲ୍ଲିକ, ସୁନୀଲ ନାୟକ ,ତ୍ରୀଲୋଚନ ସେଠୀ,ବାବାଜି ଚରଣ ଦାସ,ଜଗଜ୍ଜୀବନ ଦେବତା,ଅନ୍ନଦା ପ୍ରସାଦ ଜେନା, ଗତିକୃଷ୍ଣ ପହି,ତରଣୀସେନ ଜେନା,ସନ୍ତୋଷ ନାୟକ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇଥିଲେ ।