ହେଡଲାଇନସ୍:

ଅରୁଣଙ୍କ ପତ୍ର ପରେ ରେଳବାଇର ଉତ୍ତର : ନୟାଗଡ଼-ପୁରୀ ରେଳ ଚଳାଚଳ ପ୍ରସ୍ତାବ ବିଚାରାଧୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ନୟାଗଡରୁ ପୁରୀ ରେଳ ଚଳାଚଳ ପୁନଃ ଆରମ୍ଭ କରିବା ପାଇଁ ନୟାଗଡ଼ ବିଧାୟକ ତଥା କୃଷି,କୃଷକ କଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ବିକାଶ ତଥା ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଲେଖିଥିବା ପତ୍ରର ଉତ୍ତର ଦେଇଛନ୍ତି ପୂର୍ବତଟ ରେଳବାଇ ମହା ପ୍ରବନ୍ଧକ ବିଦ୍ୟାଭୂଷଣ । ଗତ 22 ତାରିଖରେ ନୟାଗଡ଼-ପୁରୀ ରେଳ ଚଳାଚଳ ପ୍ରସ୍ତାବ ଉପରେ ମନ୍ତ୍ରୀ ଲେଖିଥିବା ଚିଠି ରେଳ ବିଭାଗର ହସ୍ତଗତ ହୋଇଛି ଓ ସେ ବିଷୟରେ ପରୀକ୍ଷା ନିରୀକ୍ଷା ଚାଲିଛି ବୋଲି ଶ୍ରୀ ବିଦ୍ୟା ଭୂଷଣ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ରେଳବାଇ ଏ ଦିଗରେ ନୟାଗଡ଼ବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତ୍ୱରିତ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ଡ଼ ସାହୁ ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault